ଓଡିଶା

odisha

ନେତାଜୀ ଜୟନ୍ତୀ ପାଇଁ ପ୍ରସ୍ତୁତି

ETV Bharat / videos

ନେତାଜୀ ଜୟନ୍ତୀ ପୂର୍ବରୁ ପ୍ରସ୍ତୁତି ଜୋରଦାର, ଜାନକୀ ନାଥ ଭବନର ସ୍ଥିତି ଅନୁଧ୍ୟାନ କଲେ ମେୟର

By ETV Bharat Odisha Team

Published : Jan 18, 2024, 5:34 PM IST

Birth Anniversary of Netaji Subash Bose: କଟକ: ଆସନ୍ତା 23ତାରିଖରେ ନେତାଜୀଙ୍କ 127 ତମ ଜୟନ୍ତୀ । ସଜେଇ ହେଲାଣି କଟକ ନେତାଜୀଙ୍କ ଜନ୍ମସ୍ଥାନ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଆଜି କଟକ ମେୟର, ସିଏମସି କମିଶନର, ଜିଲ୍ଲା ସଂସ୍କୃତି ଅଧିକାରୀ ନେତାଜୀ ମ୍ୟୁଜିୟମ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । "23 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । 21 ଓ 22 ଦୁଇ ଦିନ କଳା ପ୍ରଦର୍ଶନୀ କରାଯିବ । 23 ତାରିଖରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ" ବୋଲି କହିଛନ୍ତି କଟକ ମେୟର ।

ଏହା ମଧ୍ୟ ପଢନ୍ତୁ...ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: କଟକରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଆକର୍ଷଣ ସାଜିବ ବାଲୁକାକଳାରେ ରାମ ମନ୍ଦିର

ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟର ଏଥର ଆକର୍ଷଣ ସାଜିବ ୧ କୋଟି ୧୮ ଲକ୍ଷ ଟଙ୍କାର ଆର୍କିଟେକଚରାଲ ଇଲୁମିନେସନ । ଏହି ଅତ୍ୟାଧୁନିକ ଲାଇଟରେ ଅଧିକ ଜୀବନ୍ତ ଲାଗିବ ଜାନକୀ ନାଥ ଭବନ । "ଲଳିତ କଳା ଏକାଡେମୀ ପକ୍ଷରୁ ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ ହେବାର ମଧ୍ୟ ଯୋଜନା ରହିଛି । ନେତାଜୀ ଭବନକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ଦିଆଯିବ । ଯାହାଦ୍ୱାରା ଏହା ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ" ବୋଲି କହିଛନ୍ତି ନେତାଜୀ ଭବନର ଇନଚାର୍ଜ ।

 
ଇଟିଭି ଭାରତ, କଟକ

ABOUT THE AUTHOR

...view details