ଓଡିଶା

odisha

ଅଯୋଧ୍ୟା ଅଭିମୁଖେ ଖୋର୍ଦ୍ଧା ଯୁବକ, ରାମଲଲାଙ୍କ ଦର୍ଶନ ପାଇଁ 1000 କିମି ଯାତ୍ରା

By ETV Bharat Odisha Team

Published : Dec 22, 2023, 4:39 PM IST

Updated : Dec 22, 2023, 5:38 PM IST

ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଓଡ଼ିଆ ପୁଅ ମନୋଜ

Khordha Young Man Starts Walking From Odisha to Ayodhya: ଖୋର୍ଦ୍ଧା: ପାଖେଇ ଆସୁଛି ସେହି ବହୁ ପ୍ରତୀକ୍ଷିତ ଦିନ । ଭକ୍ତ ଭଗବାନ ଏକ ହେବେ । ଆହା... କେଡ଼େ ମନ ବଦାଣିଆ ହେବ ସେ ଦୃଶ୍ୟ । ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପାଇବେ ରାମଲଲା । ସାରା ବିଶ୍ୱର ହିନ୍ଦୁଙ୍କ ଆସ୍ଥାର ଦେବତାଙ୍କୁ ଅଯୋଧ୍ୟାର ଗର୍ଭଗୃହରେ ଦେଖିବାକୁ ଏବେ ଆତୁର ହୋଇ ପଡ଼ିଛି ଭକ୍ତ । ସେଥିରୁ ବାଦ ପଡ଼ି ନାହାନ୍ତି ଖୋର୍ଦ୍ଧାର କୁମ୍ଭିଲେ ଗ୍ରାମ ମହାଦେବ ବେହେରାଙ୍କ ସୁପୁତ୍ର ମନୋଜ କୁମାର ବେହେରା । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚର୍ମଚକ୍ଷୁରେ ଦେଖିବାକୁ ସେ ଚାଲିଚାଲି ବାହାରି ପଡ଼ିଛନ୍ତି ଅଯୋଧ୍ୟା ଅଭିମୁଖେ । 

1000 କିମିର ଏହି ପଦଯାତ୍ରାରେ ସେ ରାଜ୍ୟ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ ଦେଇ ଉତ୍ତର ପ୍ରଦେଶରେ ପହଞ୍ଚିବେ ।  ଜାନୁଆରୀ ୨୦ରେ ଅଯୋଧ୍ୟାରେ ପହଞ୍ଚିବାକୁ ଯୋଜନା ରଖିଛନ୍ତି । ଉତ୍ସବରେ ଯୋଗଦେବାକୁ ଖୋର୍ଦ୍ଧା ଉପକଣ୍ଠ ହଳଦିଆଗଡ଼ ନିକଟସ୍ଥ ତାଡ଼ିକି ମୁଣ୍ଡିଆଠାରୁ ପଦଯାତ୍ରା ଆରମ୍ଭ କରିଛନ୍ତି ମନୋଜ । ଏଥିପାଇଁ 6 ମାସ ପୂର୍ବରୁ ଉଭୟ ଶାରୀରକ ଓ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ନିଷ୍ଠାର ସହ ପଦଯାତ୍ରା ସମୟରେ ସାତ୍ତ୍ୱିକ ଭୋଜନ କରି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବ ବିଗ୍ରହ ଦର୍ଶନ କରିବେ ମନୋଜ । 

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ । ଜାନୁଆରୀ 22 ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଦେଶର ବହୁ ବିଜ୍ଞ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଭବ୍ୟ ଉତ୍ସବରେ ନିମନ୍ତ୍ରିତ କରାଯାଇଛି । 

ଲୋକକଥା ଅନୁସାରେ ତାଡ଼ିକିମୁଣ୍ଡିଆରେ ମହାପ୍ରଭୁ ରାମଚନ୍ଦ୍ର ତାଡ଼କାକୁ ବଦ୍ଧ କରିଥିଲେ । ଏଠାରେ ମହାପ୍ରଭୁଙ୍କ ରାମଚନ୍ଦ୍ର ପଦଚିହ୍ନ ଥିବାରୁ ଏଠାରୁ ପବିତ୍ର ମାଟି ନେଇ ଯାତ୍ରା ଆରମ୍ଭ କରିଛନ୍ତି । ତାଡ଼ିକମୁଣ୍ଡିଆରୁ ପଦଯାତ୍ରାରେ ବାହାରିବା ପରେ ଖୋର୍ଦ୍ଧା ପୌରାଞ୍ଚଳସ୍ଥିତ ରାମମନ୍ଦିରଠାରେ ପ୍ରଭୁ ରାମ, ଲକ୍ଷ୍ମଣ, ସୀତାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ କରିଛନ୍ତି । ପ୍ରଭୁ ରାମଚନ୍ଦ୍ରଙ୍କର ନୀତି ଧାର୍ମିକ ଚେନତା, ବନ୍ଧୁତ୍ଵ ନୀତି ସମ୍ପର୍କରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏ କଠିନ ଯାତ୍ରା କରୁଥିବା କଥା ମନୋଜ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ......ରାମ ମନ୍ଦିର ପ୍ରତିଷ୍ଠା; 108 ଫୁଟର ଧୂପକାଠିରେ ମହକିବ ଅଯୋଧ୍ୟା

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Dec 22, 2023, 5:38 PM IST

ABOUT THE AUTHOR

...view details