ଓଡିଶା

odisha

ଅଦିନିଆ ବର୍ଷା ଯୋଗୁଁ କମିଛି ଆଳୁ ଉତ୍ପାଦନ , ଚାଷୀ କ୍ଷତିଗ୍ରସ୍ତ

ETV Bharat / videos

ଅଦିନିଆ ବର୍ଷା ଯୋଗୁଁ କମିଛି ଆଳୁ ଉତ୍ପାଦନ, ଚାଷୀ କ୍ଷତିଗ୍ରସ୍ତ - କୋରାପୁଟରେ କମିଛି ଆଳୁ ଉତ୍ପାଦନ

By ETV Bharat Odisha Team

Published : Oct 17, 2023, 6:46 AM IST

Updated : Oct 17, 2023, 2:27 PM IST

କୋରାପୁଟ:ଜିଲ୍ଲାରେ ଚଳିତ ବର୍ଷର ଆଳୁଚାଷ କ୍ଷତିଗ୍ରସ୍ତ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆଳୁଚାଷୀମନେ କ୍ଷତି ସହିଛନ୍ତି । ଜଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଆଳୁଚାଷରେ ବାଧା ଉପୁଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯେଉଁ ଜମିରେ ବିହନର ୫ଗୁଣ ଫସଲ ପାଇବାର ଆଶା ଥିଲା ସେଠାରେ ପ୍ରାୟ ୨ରୁ ୩ଗୁଣ ଆଳୁ ଅମଳ କରିଛନ୍ତି । ଏହା ସହ ବର୍ତ୍ତମାନ ଆଳୁର ମୂଲ୍ୟ ବଜାରେ କମ୍‌ ରହିଥିବା ଦେଖିବାକୁ ମିଳିଛି । ଯାହାଫଳରେ ବର୍ତ୍ତମାନ ଚାଷୀକୁଳ ଚିନ୍ତାରେ ରହିଛନ୍ତି ।  

କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି,"ଗତ ବର୍ଷ ଆଳୁର ବିକ୍ରୟ ମୂଲ୍ୟ ଅଧିକ ରହିଥିବା ଦେଖି ଚଳିତ ବର୍ଷ ଜିଲ୍ଲାରେ ଅଧିକରୁ ଅଧିକ ଚାଷୀ ବ୍ୟକ୍ତିଗତ ଭାବେ ତଥା ଉଦ୍ୟାନ ବିଭାଗର ସହ ଯୋଗରେ 4000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଆଳୁ ଚାଷ କରିଛନ୍ତି । କିନ୍ତୁ ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଏକର ପିଛା ଯେତେ ଆଳୁ ବାହାରିବା କଥା ତାଠାରୁ କମ୍‌ ଉତ୍ପାଦନ ହୋଇଛି ।"  

ଏହା ମଧ୍ୟ ପଢନ୍ତୁ...Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଖେଡ଼ଜନା

ସେ ଆହୁରି ମଧ୍ୟ କହିଛନ୍ତି,"ଯଦି ଜଲ୍ଲାରେ ଶୀତଳ ଭଣ୍ଡାରରେ ରହିଥାନ୍ତା ତାହାଲେ ଚାଷୀମାନେ ଉଚିତ ଦର ପାଇପାରିଥାଆନ୍ତେ । କିନ୍ତୁ ଜିଲ୍ଲାରେ ସରକାରୀ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ସାଧାରଣ ଚାଷୀ କ୍ଷତିଗ୍ରସ୍ତ ସମ୍ମୁଖୀନ ହେଉଛନ୍ତି । "ଅନ୍ୟପଟେ ଗୁରୁନାଥଙ୍କ ଜମିରେ କାମ କରିବାକୁ ଆସୁଥିବା ବିଲାପୁଟ, ଖଜୁରୀଗୁଡ଼ା ଓ ମୋହନପଡ଼ା ମହିଳା ଓ ପୁରୁଷ ଚଳିତ ବର୍ଷ ଆଳୁ ଉତ୍ପାଦନ କମ ଥିବା ଯୋଗୁଁ ଗତ ବର୍ଷ ଅପେକ୍ଷା କମ ଦିନ କାମ ପାଇବାର ଆଶଙ୍କା କରିଛନ୍ତି ଶ୍ରମିକ ।

ଇଟିଭି ଭାରତ,କୋରାପୁଟ 

Last Updated : Oct 17, 2023, 2:27 PM IST

ABOUT THE AUTHOR

...view details