ଓଡିଶା

odisha

International Yoga Day: ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଜନେତା

By

Published : Jun 21, 2023, 9:58 AM IST

International Yoga Day

ନୂଆଦିଲ୍ଲୀ:ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଆମର ଶରୀରକୁ ନିରୋଗ ରଖିବାରେ ଗୁରୁତ୍ବ ବହନ କରିଥାଏ । ଏହା ଶ୍ବାସକ୍ରିୟା ନିୟନ୍ତ୍ରଣ କରିବା ସହ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ । ଆମର ଦୈନନ୍ଦିନ ଜୀବନଶୈଳୀର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଯୋଗ । ଆଜି ଦେଶର କୋଣଅନୁକୋଣରେ ପାଳିତ ହେଉଛି ଯୋଗ ଦିବସ । ଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ ଚାଲିଛି । ବଡ ବଡ ରାଜନେତାମାନେ ସକାଳୁ ଯୋଗାଭ୍ୟାସ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖ ଯୋଗ କରିଥିବାର ଦେଖାଯାଇଛନ୍ତି । ସେପଟେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘର ସାଧାରଣ ଅଧିବେଶନରେ ଯୋଗ ଦେଇ ଯୋଗ ଦିବସ ପାଳନ କରୁଛନ୍ତି । ତେବେ ପୁରାତନ କାଳରୁ ଭାରତରେ ଯୋଗ ପାଳନ କରାଯାଉଥିବା ବେଳେ ୨୦୧୪ ମସିହାରେ ଏହାକୁ ସାରା ବିଶ୍ବରେ ମାନ୍ୟତା ମିଳିଥିଲା  ।

ABOUT THE AUTHOR

...view details