ଓଡିଶା

odisha

ମିଶିଲା ମନ, ମାନିଲାନି ପରିବାର: ପ୍ରେମୀଯୁଗଳଙ୍କୁ ମନ୍ଦିରରେ ବିବାହ କରାଇଲା ପୋଲିସ

By

Published : May 20, 2023, 9:38 AM IST

police got lovers married In Sitamarhi

ପାଟନା:ସିଲେଇ କରିବା ବେଳେ ଆରମ୍ଭ ହେଲା ଦେଖାଚାହାଁ । ତାପରେ ବିହାର ଯୁବକଙ୍କୁ ମନ ଦେଇ ବସିଲେ ଓଡିଶା ଝିଅ । ସୋନବରସା ପୋଲିସ ଷ୍ଟେସନ ଅଞ୍ଚଳର ମାଠିଆ ଗ୍ରାମ ଯୁବତୀଜଣକ ପ୍ରେମରେ ଏତେ ଉବୁଟୁବୁ ହୋଇଥିଲେ ଯେ, ଯୁବକଙ୍କୁ ଛାଡି ରହିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିଲା ନାହିଁ । ତେଣୁ ଏହି ବାହାଘରରେ ପରିବାର ଲୋକେ ରାଜି ନହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ଯୁବତୀ । ଥାନାରେ ପୋଲିସ ବୁଝାସୁଝା କରିବା ସତ୍ତ୍ବେ ମଧ୍ୟ ସେ ଜିଦରୁ ଓହରି ନଥିଲେ । ଫଳରେ ପୋଲିସ ଉଭୟ ପରିବାରକୁ ଥାନାକୁ ଡାକି କଥାବାର୍ତ୍ତା କରିବା ପରେ ଥାନା ନିକଟସ୍ଥ ଏକ ମନ୍ଦିରରେ ଉଭୟଙ୍କର ବିବାହ କରାଯାଇଥିଲା । ବିହାରର ସିତୀମଡୀରୁ ଏହି ଖବର ସାମ୍ନାକୁ ଆସିଥିବା ବେଳେ ଏକ ଶିବ ମନ୍ଦିରରେ ଦୁହିଁଙ୍କୁ ବିବାହ କରାଯାଇଥିଲା ।

ଓଡ଼ିଶାର କୋରାପୁଟ ଜିଲ୍ଲାର ମଠିଆ ଗାଁର ବାସିନ୍ଦା ମୀନୁ କୁମାରୀଙ୍କୁ ଧନେଶ୍ୱର ରାୟଙ୍କ ପୁଅ ଲାଲବାବୁ ରାୟଙ୍କ ସହ ପ୍ରେମ ହୋଇଯାଇଥିଲା । ତେବେ ଯୁବକଙ୍କ ମେ’ ୩୧ରେ ବିବାହ ତାରିଖ ସ୍ଥିର ହୋଇଥିବା ଶୁଣି ଯୁବତୀଜଣକ ସିଧାସଳଖ ଥାନାର ଦ୍ବାରସ୍ଥ ହୋଇଥିଲେ । ବାହାଘର ପାଇଁ ଜିଦ ଧରିବାରୁ ଉଭୟଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରି ଥାନା ନିକଟ ଏକ ମନ୍ଦିରରେ ବିବାହ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details