ଓଡିଶା

odisha

Police DG Sunil Banshal reviews situation of Sambalpur

By

Published : Apr 15, 2023, 9:53 PM IST

ETV Bharat / videos

Hanuman Janmotsav Riot: ସମ୍ବଲପୁରରେ ପହଞ୍ଚି ସ୍ଥିତି ପରଖିଲେ ପୋଲିସ ଡିଜି

ସମ୍ବଲପୁର:ହନୁମାନ ଜନ୍ମୋତ୍ସବ ଦଙ୍ଗାକୁ ନେଇ ସମ୍ବଲପୁର ଗସ୍ତରେ ରାଜ୍ୟ ପୋଲିସ ଡିଜି ସୁନୀଲ ବଂଶଲ । ସେ ଆଜି ସମ୍ବଲପୁର ଗସ୍ତରେ ଆସି ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇଜି ଦୀପକ କୁମାର ଓ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମ୍ବଲପୁରର ହନୁମାନ ଜନ୍ମ ମହୋତ୍ସବ ସମୟରେ ଘଟିଥିବା ଅଘଟଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ସୁରକ୍ଷା ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ପୋଲିସ ମୁତୟନ ଥିବା ଡିଜି କହିଛନ୍ତି । ଏଥିପାଇଁ ସମ୍ବଲପୁରବାସୀଙ୍କୁ ଭୟ କରିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି । ଏହା ସହ ହିଂସାକୁ ପ୍ରଶୟ ଦିଆଯିବ ନାହିଁ, ଯିଏ କେହି ବି ହିଂସା ଆଚରଣ କରିବ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜି । ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରହିଛି । ଲୋକମାନେ କର୍ଫ୍ୟୁକୁ ମାନନ୍ତୁ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ଡିଜି । ଏହାସହ ଆସନ୍ତାକାଲି ଥିବା ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଡିଜି । ତେବେ ବର୍ତ୍ତମାନ ସମ୍ବଲପୁର ସହରରେ ଶାନ୍ତି ଫେରେଇ ଆଣିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details