ଓଡିଶା

odisha

ଲକ୍ଷେ ଟଙ୍କା ତଣ୍ଡ ଗଣିଲା ହାଇୱା ଗାଡି

By

Published : Mar 29, 2023, 10:43 PM IST

ETV Bharat / videos

ମହଙ୍ଗା ପଡିଲା ଓଭର ଲୋଡିଂ, ଲକ୍ଷେ ଟଙ୍କା ତଣ୍ଡ ଗଣିଲା ହାଇୱା ଗାଡି ମାଲିକ

ଭଦ୍ରକ: ବେଆଇନ ବାଲି ବୋଝେଇ ହାଇୱା ଗାଡିରୁ ଲକ୍ଷେ ଟଙ୍କା ଫାଇନ ଆଦାୟ । ବେଆଇନ ବାଲି ଲୋଡିଂ ପାଇଁ ଲାଗିଲା ବଡ ଧରଣର ଫାଇନ। ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ଲଗାଇଲେ ଫାଇନ୍ । ତେବେ ସୂଚନା ଅନୁଯାୟୀ, ଏକ ଓଭର ଲୋଡିଂ ବାଲି ଗାଡିକୁ  ଯାଞ୍ଚ କରିବା ପାଇଁ ତିହିଡି ତହସିଲଦାର ଅଟକାଇ ଥିଲେ । ହେଲେ ହାଇୱା ଗାଡିଟି ନଅଟକି, ତହସିଲଦାରଙ୍କୁ ବେଖାତିର କରି ଫାଇନରୁ ବଞ୍ଚିବା ଲାଗି ଦୃତ ଗତିରେ ସେଠାରୁ ଅତିକ୍ରମ କରି ଯାଇଥିଲା ।  ତହସିଲଦାରଙ୍କ ଟିମ୍ ଗାଡିର ପିଛାକରି ଗଡିକୁ ଅଟାଇବା ସହ ଜବତ କରିଥିଲେ । ଗାଡିଟିରେ ବେଆଇନ ଭାବେ ଓଭର ଲୋଡିଂ ବାଲି ବୋଝେଇ କରି ଭଦ୍ରକ ରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ସମୟରେ ତାକୁ ଅଟକାଇ ଥିଲେ ତିହିଡି ତହସିଲଦାର ପ୍ରତୀକ ସାହୁ। ଯାଞ୍ଚ ସମୟରେ ଟ୍ରକରେ ଓଭର ଲୋଡିଂ ବାଲି ବୋଝେଇ ଥିବା ଜଣାପଡିବା ପରେ ତାକୁ 1 ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ପୋଲିସ ପକ୍ଷରୁ ଗାଡି ସମେତ ଡ୍ରାଇଭରକୁ ଅଟକ ରଖାଯାଇଥିବା ବେଳେ ଗାଡି ମାଲିକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଫାଇନ ଟଙ୍କା ପୈଠ କରିବା ସହ ଗାଡିଟିକୁ ନେଇଯାଇଥିବା ତିହିଡି ପୋଲିସ ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ ପୋଲିସ କି ତହସିଲ କାର୍ଯ୍ଯାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details