ଓଡିଶା

odisha

PM Modi watches a cultural event

ETV Bharat / videos

PM Modi MP Visit: ଆଦିବାସୀଙ୍କ ନୃତ୍ୟ ପରିବେଷଣ, ଖଟିଆରେ ବସି ଦେଖିଲେ ମୋଦି

By

Published : Jul 1, 2023, 7:53 PM IST

ଭୋପାଳ:ଆଦିବାସୀ ସମ୍ପ୍ରଦାୟର ନାଚଗୀତରେ ଝୁମିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି (ଶନିବାର) ଶହଦୋଲ ପାକାରିଆଠାରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟିଛନ୍ତି । ଏହି ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ଲାଗି ନୃତ୍ୟ ପରିବେଷଣ କରିଛନ୍ତି । ନିଜ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏକ ଖଟିଆରେ ବସି ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏଠାକାର ସ୍ବେଚ୍ଛାସେବୀ, PESA ସମ୍ପ୍ରଦାୟ ସମେତ ଫୁଟବଲ କ୍ଲବର କ୍ୟାପଟେନଙ୍କ ସହିତ ଆଲୋଚନା କରିଛନ୍ତି ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନ୍ୟାସନାଲ ସିକେଲ ସେଲ ଆନେମିଆ ଏଲିମିନେସନ ମିଶନ ଲଞ୍ଚ କରିବା ସହିତ ରାଜ୍ୟରେ ୩.୫୬ କୋଟି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) କାର୍ଡ ମଧ୍ୟ ବଣ୍ଟନ କରିଥିଲେ । ତେବେ ଆଜି ପାକାରିଆଠାରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ସହ ସେଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 

ABOUT THE AUTHOR

...view details