ଓଡିଶା

odisha

pm modi offers prayers at Parvati Kund

By ETV Bharat Odisha Team

Published : Oct 12, 2023, 10:28 AM IST

ETV Bharat / videos

ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା, ଶଙ୍ଖ ଫୁଙ୍କିଲେ ଡମ୍ବୁରୁ ବଜାଇଲେ

ଉତ୍ତରାଖଣ୍ଡ:ଦିନିକିଆ ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେବଭୂମିରେ ପହଞ୍ଚି ପ୍ରଥମେ ପିଥୋରଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ 9ଟା 30ରେ ପ୍ରଧାନମନ୍ତ୍ରୀ ପିଥୋରଗଡ଼ରେ ପହଞ୍ଚିଥିଲେ । ଏହାପରେ ସେଠାରେ ଥିବା ପାର୍ବତୀ କୁଣ୍ଡ ଦର୍ଶନ କରି ପ୍ରାର୍ଥନା କରିଥିଲେ । ସର୍ବଦା ପୋଷାକ ପାଇଁ ଚର୍ଚ୍ଚାକୁ ଆସୁଥିବା ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଆଧ୍ୟାତ୍ମିତ ପୋଷାକ ପରିଧାନ କରି ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରି ଜଳଲାଗି ଓ ଆଳତୀ କରିଥିବା ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡି ଅଫ ହ୍ବାଇଟ୍‌ କୁର୍ତ୍ତା ପରିଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଶଙ୍ଖ ଫୁଙ୍କିବା ସହ ପ୍ରଧାନମନ୍ତ୍ରୀ ଡମ୍ବୁରୁ ମଧ୍ୟ ବଜାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପକ ସିଂହ ଧାମି ମଧ୍ୟ ଉପସ୍ଥିତ ଅଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ଧାମ ପରିଦର୍ଶନ କରିବେ । ପ୍ରାକୃତିକ ସୁନ୍ଦରତା ପାଇଁ ପ୍ରସିଦ୍ଧ ଦେବଭୂମି ଉତ୍ତରାଖଣ୍ଡକୁ ଆଜି 42ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଆଜି ଉତ୍ତରାଖଣ୍ଡବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ABOUT THE AUTHOR

...view details