ଓଡିଶା

odisha

PM Modi meets various people

ETV Bharat / videos

ସର୍ବଧର୍ମ ପ୍ରାର୍ଥନା ପରେ ଉପସ୍ଥିତ ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

By

Published : May 28, 2023, 11:51 AM IST

ନୂଆଦିଲ୍ଲୀ: ଦେଶକୁ ମିଳିଲା ନୂଆ ସଂସଦ ଭବନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକାର୍ପଣ ପରେ ସଂସଦ ଭବନ ପରିସରରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଅତିଥି ଓ ସମସ୍ତ ସଦସ୍ୟଙ୍କୁ ଭେଟିଥିଲେ । ଆଜି ସକାଳ ସମୟରେ ସଂସଦ ଭବନରେ ପହଞ୍ଚିବା ପରେ ହୋମ ଯଜ୍ଞରେ ସାମିଲ ହୋଇଥିଲେ ମୋଦି । 

ଏହାପରେ ହାତରେ ରାଜଦଣ୍ଡ ଧରି ଲୋକସଭା ଗୃହକୁ ପ୍ରବେଶ କରିଥିଲେ । ପରେ ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା କରିଥିଲେ ମୋଦି । ଏହି ସମୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ସଂସଦ ଭବନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ପରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ଯେଉଁଠାରେ ଉପସ୍ଥିତ ଅତିଥି ମଧ୍ୟ ସାମିଲ ହୋଇଥିଲେ। ଏହା ଶେଷ ହେବା ପରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । 

ABOUT THE AUTHOR

...view details