ଓଡିଶା

odisha

pm modi meet indian diaspora in port moresby

ETV Bharat / videos

ପାପୁଆ ନ୍ୟୁଗିନିରେ ଭାରତୀୟ ବଶୋଦ୍ଭବଙ୍କୁ ଭେଟିଲେ ମୋଦି, ବନ୍ଦେ ମାତରମରେ କମ୍ପିଲା ପୋର୍ଟ ମୋରେସବି

By

Published : May 22, 2023, 2:17 PM IST

Updated : May 22, 2023, 3:42 PM IST

ପୋର୍ଟ ମୋରେସବି:ବନ୍ଦେ ମାତରମ୍ ଭାରତ ମାତା କି ଜୟ । ଏକ ଦୁଇ ତିନି ଚାର ମୋଦି ଜୀକି ଜୟ ଜୟକାର । ମୋଦି ହେ ତୋ ମୁମକିନ ହେ । ଏମିତି ନାରାରେ କମ୍ପିଥିଲା ପାପୁଆ ନ୍ୟୁଗିନି । ପପୁଆ ନ୍ୟୁଗିନି ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋର୍ଟ ମୋରେସବିରେ ଭାରତୀୟ ବଶୋଦ୍ଭବଙ୍କୁ ଭେଟିଥିଲେ । ଏହି ସମୟରେ ମୋଦିଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ଭାରତୟ ବଂଶୋଦ୍ଭୋବ ନାରା ଲଗାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇବା ସହ ତାଙ୍କ ସହ କଥା ହୋଇଥିଲେ । ମୋଦିଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ଭାରତୀୟ ବଂଶୋଦ୍ଭୋବ । ଆଜି ପାପୁଆ ନ୍ୟୁଗିନିରେ ତୃତୀୟ ଭାରତ ପ୍ରଶାନ୍ତ ସମୂହ ସହଯୋଗ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ ମୋଦି । ବିଶ୍ବ ଦରବାରରେ ମୋଦିଙ୍କ ଦବଦବା ନେଇ ତାଙ୍କୁ ପାପୁଆ ନ୍ୟୁଗିନି ଓ ଫିଜି ଦେଶ ସର୍ବାଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି । ପୋର୍ଟ ମୋରେସବିରେ ଭାରତୀୟ ସମୂଦାୟଙ୍କୁ ଭେଟିବା ପରେ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ । 

Last Updated : May 22, 2023, 3:42 PM IST

ABOUT THE AUTHOR

...view details