ରାଉରକେଲା: ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ହାଇ ଭୋଲ୍ଟେଜ ମ୍ୟାଚ ଡ୍ର ହୋଇଛି । ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ କ୍ବାର୍ଟରରୁ ହିଁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଭାରତୀୟ ଦଳ ମଧ୍ୟ ଗୋଲ କରିବାକୁ ସୁଯୋଗ ପାଇଥିଲେ ସୁଦ୍ଧା ଗୋଲ ହୋଇନଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ ଜୋରଦାର ଟକ୍କର ଦେଇ ଭାରତୀୟ ଦଳ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି କୌଣସି ଗୋଲ ଲୁଜ୍ ନକରି ଡ୍ରରେ ମ୍ୟାଚକୁ ଶେଷ କରିଥିଲା ।