ଓଡିଶା

odisha

ETV Bharat / videos

ହରିଙ୍କ ଭଜନ ଗାଇ ଆଗେଇ ଚାଲିଛନ୍ତି ଦୃଷ୍ଟି ବାଧିତ ହରିହର, ଥରେ ଶୁଣନ୍ତୁ ତ - ସୁମଧୁର କଣ୍ଠରେ ମନ ମୋହୁଛନ୍ତି ହରିହର ବେହେରା

🎬 Watch Now: Feature Video

ହରିଙ୍କ ଭୋଜନ ଗାଇ ଆଗେଇ ଚାଲିଛନ୍ତି ଦୃଷ୍ଟି ବାଧିତ ହରିହର, ଥରେ ଶୁଣନ୍ତୁ ତ

By ETV Bharat Odisha Team

Published : Oct 20, 2023, 8:55 PM IST

ବାଲେଶ୍ବର: ଭଗବାନ ସିନା ଆଖି ଦୁଇଟି ଏ ଦୁନିଆକୁ ଦେଖିବା ପାଇଁ ଦେଇ ନାହାଁନ୍ତି ହେଲେ ଦୁନିଆ ଦାଣ୍ଡରେ ପରିଚୟ ସୃଷ୍ଟି କରିବା ପାଇଁ ଦେଇଛନ୍ତି ସୁମଧୁର ସ୍ବର। କୁହାଯାଏ ନା ଭଗବାନ ଗୋଟିଏ ହାତରେ ନେଲେ ଶହେ ହାତରେ ପୁଣି ମଣିଷକୁ ଫେରାଇ ଥାଆନ୍ତି। ଠିକ ସେହିଭଳି ମଧ୍ୟ ଜଣେ ଦୃଷ୍ଟିହୀନଙ୍କ ପାଇଁ ସୁମଧୁର କଣ୍ଠ ସ୍ବର ଆଜି ସମସ୍ତଙ୍କୁ ଟିକିଏ ସମୟ ରହିଯିବା ପାଇଁ ବାଧ୍ୟ କରୁଛି। ସତେ ଯେମିତି ତାଙ୍କ କଣ୍ଠ ସ୍ବରରେ ଯାଦୁ ରହିଛି କି ଯାହାକୁ ଶୁଣିଲେ ପୁଣି ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି। ସକାଳ ଠାରୁ ସଞ୍ଜ ଯାଏ ସେ ସିନା ବିଭିନ୍ନ ସ୍ଥାନରେ ବସି ଗୀତ ଗାଇ ପେଟ ପୋଷୁଛନ୍ତି ହେଲେ କେବେ କେଉଁଠି ସେ ନିଜ ଅସହାୟତାକୁ ପାଥେୟ କରି ଭିକ୍ଷା ବୃତ୍ତି କରିନାହାଁନ୍ତି। ସେମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଭଣ୍ଡାର ପଲ୍ଲୀ ଗାଁର ହରିହର ବେହେରା । ହରିହର ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ସତ ହେଲେ ହୃଦୟର ଆଖିରେ ସେ ସବୁକିଛି ଦେଖି ପାରୁଛନ୍ତି ଆଉ ଅନୁଭବ ମଧ୍ୟ କରି ପାରୁଛନ୍ତି ।

 ଏକ ମୋବାଇଲରେ ସେ ବିଭିନ୍ନ ଗୀତର କେବଳ ବାଦ୍ୟ ସ୍ବର ଲଗାଇ ନିଜେ ଏକ ମାଇକ ସାହାଯ୍ୟରେ ବୋଲୁଛନ୍ତି ଗୀତ। ଆଖିରେ ଦେଖି ପାରୁ ନାହାଁନ୍ତି ସତ କିନ୍ତୁ ମନରେ ଇଚ୍ଛାଶକ୍ତି ଅନେକ ଭାରି ରହିଛି ତାଙ୍କର । କଣ୍ଠରେ ଯେମିତି କିଛି ଯାଦୁ ରହିଛି ଯାହାକି କୌଣସି ଜଣେ ବୃତ୍ତିଗତ କଣ୍ଠଶିଳ୍ପୀଙ୍କ ଠାରୁ କମ ଭଳି ମନେ ହେଉନି । ହରିହର ପୁରୀ ବଡ଼ଦାଣ୍ଡରୁ ସୀମାନ୍ତ ଜଳେଶ୍ବର ଯାଏଁ ମିଠା ମିଠା ଭଜନ ଗାଇ ଯାହା ଶହେ ଦୁଇଶହ ରୋଜଗାର କରନ୍ତି ସେହି ଟଙ୍କାରେ ପରିବାର ପ୍ରତିପୋଷଣ କରନ୍ତି । ନିଜ କଳା ମାଧ୍ୟମରେ ହେଉଥିବା ରୋଜଗାରରେ ହରିହର ନିଜର ଦୁଇ ଝିଅଙ୍କୁ କଲେଜରେ ପାଠ ପଡ଼ାଉଛନ୍ତି । ହରିହରଙ୍କ କଣ୍ଠରୁ ବେଶ ସୁନ୍ଦର ସୁନ୍ଦର ଗୀତ ଶୁଣି ବାଟର ପଥିକ ହୋଇଯାଆନ୍ତି ମୁଗ୍ଧ । ଯେତେ ଯାହା ହେଲେ ବି ହରିହର କେବେ ଦୁଃଖ କଷ୍ଟ କୁ ଖାତିର ନକରି ଗୀତକୁ ସାଥୀ କରି ଆଗକୁ ଆଗେଇ ଚାଲିଛନ୍ତି। ସତରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଏମିତି କଳା ଆହୁରି ବିକଶିତ ହେଉ କିମ୍ବା କୌଣସି ପ୍ରଯୋଜକ ଯଦି ତାଙ୍କୁ କୌଣସି ଗୀତରେ ସୁଯୋଗ ଦିଅନ୍ତେ ହୁଏତ ଆଉ ଏକ ପ୍ରତିଭା ବିକଶିତ ହୋଇ ପାରନ୍ତା ।  

ଅଧିକ ପଢନ୍ତୁ- ୧୩ ବର୍ଷର ପୁଅ କାନ୍ଧରେ ପରିବାର ବୋଝ: ବାପା ଦିବ୍ୟାଙ୍ଗ, ମାଆ ଦୃଷ୍ଟି ବାଧିତ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details