ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଦେଶବାସୀଙ୍କ ମୁହଁରେ ବାଲେଶ୍ବରବାସୀଙ୍କ ପ୍ରଶଂସା - ପ୍ରଧାନମନ୍ତ୍ରୀଙ୍କ ମୁହଁରେ ବାଲେଶ୍ବରବାସୀଙ୍କ ପ୍ରଂଶସା
ବାଲେଶ୍ଵର:ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ସମୟରେ ଭାଇଚାରା ଭାବ ପ୍ରଦର୍ଶନ କଲେ ବାଲେଶ୍ବରବାସୀ । ବିପଦ ସମୟରେ ଅଣ୍ଟା ଭିଡି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଧାଇଁ ଯାଇଥିଲେ। ଲୋକଙ୍କୁ ଉଦ୍ଧାର କରିବା ଠାରୁ ଆରମ୍ଭ କିର ଲୋକଙ୍କୁ ମେଡିକାଲ ପହଞ୍ଚାଇବାରେ ଲାଗି ପଡିଥିଲେ ବାଲେଶ୍ଵରବାସୀ । ରକ୍ତର ଆଭାବ କଥା ଶୁଣିବା ପରେ ରାତି ସାରା ରକ୍ତ ଦେବା ପାଇଁ ଧାଡିରେ ଛିଡା ହୋଇ ରକ୍ତଦାନ କରିଥିଲେ। ତେବେ ଏପରି ଘଡିସନ୍ଧି ସମୟରେ ବାଲେଶ୍ବବାସୀଙ୍କ ଭାଇଚାରା ଓ ମାନବିକତାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବେଶ ପ୍ରଶଂସା କରିଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣାର ପୁଣିଥରେ ନଘଟିବା ନେଇ ବାଲେଶ୍ବରବାସୀ ପ୍ରାର୍ଥନା କରିଛନ୍ତ। ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା କେବଳ ରାଜ୍ୟ ନୁହେଁ ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହି ହୃଦୟବିଦାରକ ଘଟଣାରେ ମୃତ୍ୟୁସଂଖ୍ୟା 288 ଛୁଇଁଥିବା ବେଳେ 900ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ସୂଚନା ରହିଛି ।
ଇଟିଭି ଭାରତ, ବାଲେଶ୍ଵର