ଓଡିଶା

odisha

ଦୁର୍ଘଟଣାଗ୍ରସ୍ତ ହେଲା ପିକଅପ ଭ୍ୟାନ; ଗାଡିରୁ କୁକୁଡା ବୋହିନେଲେ ଲୋକେ

By ETV Bharat Odisha Team

Published : Dec 28, 2023, 2:04 PM IST

People looted chickens

Agra viral video: ଲକ୍ଷ୍ନୌ: କୁହୁଡି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡା ଭର୍ତ୍ତି ପିକଅପ ଭ୍ୟାନ । ଏହାର ସୁଯୋଗ ନେଇ ପିକଅପ ଭ୍ୟାନରୁ କୁକୁଡା ବୋହି ନେଲେ ସ୍ଥାନୀୟ ଲୋକେ । କିଏ ହାତରେ ତ ଆଉ କିଏ ବସ୍ତାରେ, ଯିଏ ଯେଉଁଥିରେ ପାଇଲା ସେଥିରେ କୁକୁଡା ଧରି ଘରକୁ ଚାଲିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଉତ୍ତରପ୍ରଦେଶର ଫିରୋଜାବାଦ ଜାତୀୟ ରାଜପଥରେ ଏପରି ଘଟଣା ଘଟିଛି ।  ଗାଡିରେ ପ୍ରାୟ ଦେଢ ଲକ୍ଷ ଟଙ୍କାର କୁକୁଡା ଥିବା କୁହାଯାଉଛି । ଲୋକମାନେ ଦୁର୍ଘଟଣାଗ୍ରସ୍ତ ଗାଡିରୁ କୁକୁଡା ନେଇ ଦୌଡି ପଳାଉଥିବାର ଦୃଶ୍ୟ ଭାଇରାଲ ଭିଡିରେ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋର ସମୟରେ କୁହୁଡି ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା ପିକଅପ ଭ୍ୟାନ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । 

ଏହା ମଧ୍ୟ ପଢନ୍ତୁ- ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ, ବ୍ୟାଗ୍‌ ବ୍ୟାଗ୍‌ ବୋହି ନେଲେ ଲୋକେ

ABOUT THE AUTHOR

...view details