କାର୍ତ୍ତିକ ପୂର୍ଣ୍ଣମାରେ ଚଳଚଞ୍ଚଳ ବାଲେଶ୍ୱର, ଆ-କା-ମା-ବୈରେ ଗୁଞ୍ଜରିତ ହେଲା ଗାଁଠୁ ସହର - କାର୍ତ୍ତିକ ପୂର୍ଣ୍ଣମା
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣମା ପାଇଁ ଚଳଚଞ୍ଚଳ ବାଲେଶ୍ବର ସହର । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରୁ ସହର ସବୁଠି ଶୁଭିଛି ନୌବାଣିଜ୍ୟ ପରମ୍ପରାର ସ୍ବର । ପରମ୍ପରାର ସ୍ମୃତି ଚାରଣ ପାଇଁ ବୋଇତ ବନ୍ଦାଣ ସହ ଲୋକମାନେ ଡଙ୍ଗା ଭସାଇଛନ୍ତି । ଚନ୍ଦ୍ର ଗ୍ରହଣ ଥିବାରୁ ସୋମବାର ବିଳମ୍ବିତ ରାତିରୁ ଲୋକେ ଡଙ୍ଗା ଭସାଇଛନ୍ତି । ଆ କା ମା ବୈରେ ଗୁଞ୍ଜରିତ ହୋଇଛି ନଦୀ ମୁହାଣ, ଗଢିଆ, ପୋଖରୀ ଓ ସମୁଦ୍ର କୂଳ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ ପୁରାତନ ପରମ୍ପରାକୁ ଉଜ୍ଜୀବିତ ରଖିବାର ପ୍ରୟାସ । ଚାନ୍ଦିପୁର, ବାଲିଘାଟ, କୁପାରି ଶୁନ୍ୟ ମଣ୍ଡପ ଆଦି ସ୍ଥାନରେ ହାବିଷ୍ୟାଳିଙ୍କ ସମେତ ଲୋକମାନେ ହାତରେ ସୋଲ ତିଆରି ଡଙ୍ଗା ନେଇ ଭସାଇଛନ୍ତି । ନୌବାଣିଜ୍ୟର ଏ ପରମ୍ପରାକୁ ମନେ ପକାଇ ପୁରାତନ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ପୂଜା ପଦ୍ଧତିରେ ସୋଲ ଡଙ୍ଗାରେ ପାନ ଗୁଆ ଥୋଇ ଭସାଇଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:31 PM IST