ଓଡିଶା

odisha

ଜୀବନ ସହ ସଂଘର୍ଷ କରୁଥିଲେ ହୃଦଘାତ ପୀଡିତା, ଗ୍ରୀନ କରିଡରରେ ଅଢେଇ ଘଣ୍ଟାରେ 133 କି.ମି ଘାଟି ରାସ୍ତା ଅତିକ୍ରମ କଲା ଆମ୍ବୁଲାନ୍ସ

ETV Bharat / videos

ଗ୍ରୀନ କରିଡର କଲେ ଲୋକେ, ଅଢେଇ ଘଣ୍ଟା ଲାଗିଲା 5 ଘଣ୍ଟାର ରାସ୍ତା

By

Published : Jun 1, 2023, 8:26 PM IST

ଥିରୁଅନନ୍ତପୁରମ: ହୃଦଘାତର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲା ନାବାଳିକା । ଗ୍ରୀନ କରିଡରରେ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଆରମ୍ଭ ହେଲା ଯୁଦ୍ଧକାଳୀନ ମିଶନ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ସହଯୋଗ କଲେ ସାଧାରଣ ଲୋକେ । ମାତ୍ର ଅଢେଇ ଘଣ୍ଟା ମଧ୍ୟରେ ଆମ୍ବୁଲାନ୍ସ 133 କି.ମି ପାହାଡିଆ ଘାଟି ରାସ୍ତା ପାର କରି ହସ୍ପିଟାଲରେ ପହଞ୍ଚିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଚିରେ । ଇଡୁକ୍କି ଜିଲ୍ଲାର ଜଣେ 17 ବର୍ଷୀୟା ନାବାଳିକା ହୃଦଘାତର ଶିକାର ହେବା ପରେ ତାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କୋଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସାଧାରଣ ଲୋକଙ୍କ ସହଯୋଗରେ ଗ୍ରୀନ କରିଡର ମାଧ୍ୟମରେ ମାତ୍ର 2 ଘଣ୍ଟା 40 ମିନିଟରେ କୋଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଦେଖନ୍ତୁ କିପରି ଥିଲା ଏହି ମିଶନ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

ABOUT THE AUTHOR

...view details