Watch: ଧାରା ୩୭୦ ଉଚ୍ଛେଦକୁ ୪ବର୍ଷ, PDP କର୍ମୀଙ୍କ ପ୍ରତ୍ୟାହାର ଦାବିରେ ବିକ୍ଷୋଭ - ପିପୁଲ୍ସ ଡେମାକ୍ରାଟିକ ପାର୍ଟି
ଶ୍ରୀନଗର:ଆଜି ଧାରା ୩୭୦ ଉଚ୍ଛେଦ ଓ ୩୫-ଏକୁ ପୁରିଛି ୪ ବର୍ଷ । ଏହାସହିତ ଜମ୍ମୁକାଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁକାଶ୍ମୀର ଓ ଲଦାଖ)ରେ ବିଭକ୍ତ କରାଯାଇଥିଲା । ଏହି ଧାରା ଉଚ୍ଛେଦ ପରେ ଭାରତର ସ୍ବର୍ଗ ବୋଲାଉଥିବା ଜମ୍ମୁକାଶ୍ମୀରରେ ଅନେକ ବିକାଶ ହୋଇଥିବା ବିଜେପି ଦାବି କରୁଥିବା ବେଳେ ବିରୋଧୀ ଦଳ ଧାରା ଉଚ୍ଛେଦ ପ୍ରତ୍ୟାହାର ଦାବି କରୁଛନ୍ତି ।
ଏନେଇ ଆଜି ପିପୁଲ୍ସ ଡେମାକ୍ରାଟିକ ପାର୍ଟି (ପିଡିପି) କର୍ମୀମାନେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ପିପୁଲ୍ସ ଡେମାକ୍ରାଟିକ ପାର୍ଟି ପକ୍ଷରୁ ଏକ ସେମିନାର ଆୟୋଜିତ କରିବା ଲାଗି ଶ୍ରୀନଗର ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା । ମାତ୍ର ପ୍ରଶାସନ ଏଥିଲାଗି ଅନୁମତି ଦେଇନାହିଁ । ପିଡିପି ମୁଖ୍ୟ ମେହବୁବ ମୁଫ୍ତିଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ଗତକାଲି ରାତିରେ ବହିଦ ପାରା, ଗୁଲାମ ନବି ହଞ୍ଜୁରା, ମହମ୍ମଦ ୟାସିନ ଓ ଅବଦୁଲ ରୌଫ ଭଟ୍ଟଙ୍କୁ ହେପାଜତକୁ ନେଇଛି ।