Mangal Alati, ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ମହାପ୍ରଭୁଙ୍କ ଆଳତୀ
ପୁରୀ: ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ ଅଧିକ ରହିଛି । ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାପରେ ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହ କରାଯାଇଛି ପତିତପାବନ ମଙ୍ଗଳ ଆଳତୀ । ଏହି ସମୟରେ ନିକଟରେ ଠିଆ ହୋଇଥିବା ଭକ୍ତଙ୍କ ମୁଖରୁ ଓଁ ନମଃ ଭଗବତେ ବାସୁଦେବାୟ ଶୁଣିବାକୁ ମିଳୁଛି । ତେବେ ସକାଳୁ ସକାଳୁ ଏହି ଆଳତି ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:32 PM IST