ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ - ମଙ୍ଗଳ ଆଳତୀ
Published : Jan 19, 2024, 6:55 AM IST
Mangal Alati:ପୁରୀ: ଓଁ ନମୋଃ ଭଗବତେ ବାସୁଦେବାୟ । ସେ ଜଗତର ନାଥ ଜଗନ୍ନାଥ । ତାଙ୍କର ମହିମା ଅପାର । ତାଙ୍କୁ ଟିକେ ଦର୍ଶନ କରିବାକୁ ଆତୁର ହୋଇପଡେ ଭକ୍ତର ମନ । କିଏ ତାଙ୍କୁ ନୀଳାଚଳିଆ ତ ଆଉ କିଏ କାଳିଆ ସାଆନ୍ତେ ବୋଲି ଡାକେ । ପ୍ରତିଦିନ ଭୋର ସମୟରେ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ । ତେଣୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ ।
ଇଟିଭି ଭାରତ, ପୁରୀ