ରାୟଗଡରେ ଭୋଟର ସଚେତନା ପାଇଁ ପଥ ଉତ୍ସବ ଅନୁଷ୍ଠିତ - ରାୟଗଡରେ ଭୋଟର ସଚେତନା
Published : Oct 28, 2023, 10:53 PM IST
ରାୟଗଡା:ରାୟଗଡା ସହରରେ ଅନୁଷ୍ଠିତ ହୋଇଯାଇଛି ଭୋଟର ସେଚେତନତା କର୍ଯ୍ୟକ୍ରମ ପଥ ଉତ୍ସବ । ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ଅଧିକାର ପାଇଁ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଜପତି ଛକଠାରୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଇଲେକ୍ସନ ରିଟନିଂ ଅଫିସର ତଥା ଉପ ଜିଲ୍ଲାପାଳ କଲ୍ୟାଣି ସଙ୍ଘ ମିତ୍ରା ଦେବୀ ପୁଷ୍ପ ମାଲ୍ୟର୍ପଣ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପଥ ଉତ୍ସବ ଗଜପତି ଛକଠାରୁ ଆରମ୍ଭ ହୋଇ ତହସିଲଦାର ଛକ ଠାରେ ପହଞ୍ଚିବା ପରେ ଡ଼ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟର୍ପଣ କରାଯାଇଥିଲା । ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ,ରଙ୍ଗୋଲି,ଦସ୍ତଖତ ଅଭିଯାନ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ନୂତନ ଭାବେ ଭୋଟର ତାଲିକାରେ ସ୍ଥାନ ପାଇଥିବା ଭୋଟର ଓ ଯେଉଁମାନଙ୍କୁ ୧୮ ବର୍ଷ ପୂରଣ ହୋଇଛି ସେହି ଯୁବକ ଯୁବତୀମାନଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ କରିବା । 2024 ନିର୍ବାଚନ ପାଇଁ ଭୋଟର ପରିଚୟ ସ୍ୱତନ୍ତ୍ର ସଂଶୋଧନ ସହ ବାଦ ପଡିଥିବା ଭୋଟରମାନଙ୍କୁ ଅନ୍ତର୍ଭୁକ୍ତ କରି ଗଣତତନ୍ତ୍ରରେ ନିଜର ଅଧିକାର ସାବ୍ୟସ୍ତକୁ ଗୁରୁତ୍ୱ ଦେଇ କରାଯାଉଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ସ୍କୁଲ କଲେଜ ଛାତ୍ରଛାତ୍ରୀ ବହୁ ମାତ୍ରାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ...ଭୋଟରଙ୍କୁ ସଚେତନ ଉଦ୍ଦେଶ୍ୟରେ ଆୟୋଜିତ ହେଲା ପଥ ଉତ୍ସବ
ସେହିଭଳି ଭାରତ ସରକାରଙ୍କ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ସ୍ୱତନ୍ତ୍ର ଭୋଟର୍ସ ପଞ୍ଜିକରଣ ଏବଂ ସଂଶୋଧନ କାର୍ଯ୍ୟକ୍ରମ ଉପରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ସମସ୍ତ କଲେଜ ସ୍କୁଲର ଛାତ୍ର ଛାତ୍ରୀ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ନେଇ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ନିର୍ବାଚନ ସମ୍ବନ୍ଧୀୟ ରଥକୁ ଅନୁଷ୍ଠାନିକ ଭାବେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ଉଦଘାଟନ କରିବା କରିଥିଲେ । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଟାଉନ ହଲରେ ପହଁଚି ଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଲଳିତ କହଁର ଏବଂ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ ଏବଂ ଡ଼କ୍ଟର ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ରାୟଗଡା