ଓଡିଶା

odisha

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ୨୦୨୪

ETV Bharat / videos

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ୨୦୨୪, ଜିଲ୍ଲା ସ୍ତରୀୟ ପଥ ଉତ୍ସବ ଜରିଆରେ ସଚେତନତା - ଝାରସୁଗୁଡ଼ା ଭୋଟର ସଂଶୋଧନ କାର୍ଯ୍ୟକ୍ରମ ୨୦୨୪

By ETV Bharat Odisha Team

Published : Oct 29, 2023, 6:55 AM IST

ଝାରସୁଗୁଡ଼ା: ଭୋଟରମାନଙ୍କ ମଧ୍ୟରେ ସଚେତନତା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ୨୦୨୪ । ଆଜି ଝାରସୁଗୁଡ଼ାର ଗାନ୍ଧୀ ଛକ (ପୁରୁଣା ବସଷ୍ଟାଣ୍ଡ)ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୱାକାଥନ୍‌ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆବୋଲୀ ସୁନିଲ ନରୱାଣେ, ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର ମିଳିତ ଭାବେ ୱାକାଥନର ଶୁଭାରମ୍ଭ କରିଥିଲେ । 18 ବର୍ଷ ପୂରଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ସମେତ ବୁଥ୍ ସ୍ତରୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ୱାକାଥନ୍‌ରେ ଅଂଶ ଗ୍ରହଣ କରିଥିଲେ ।  

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଲା, ଦାସକାଠିଆ, ରଙ୍ଗୋଲି ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ନରୱାଣେ ଓ ଆରକ୍ଷୀ ଅଧିକ୍ଷକ ପରମାର ସଚେତନ ଭୋଟର ଦେଶ ଗଠନରେ ଭୂମିକା ଗ୍ରହଣ କରିବାରେ ସହାୟକ ହୋଇଥାଆନ୍ତି ବୋଲି କହିଥିଲେ । ଏହି ଅବସରରେ ଉଭୟ ସଚେତନତା ପାଇଁ ଗଣମାଧ୍ୟମର ଅନେକ ଭୂମିକା ରହିଛି ବୋଲି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପଥ ଉତ୍ସବ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ସ୍ଥାନୀୟ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ସେହିପରି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଓ ମହିଳା ମହାଵିଦ୍ୟାଳୟ ଛାତ୍ରୀମାନେ ରଙ୍ଗୋଲି କରିଥିଲେ । ଗୌରହରି ଖମାରି ଓ ସାଥି ଦାସକାଠିଆ ଏବଂ ପ୍ରହଲ୍ଲାଦ ମିଶ୍ର ସାଥି ପାଲା ପରିବେଷଣ କରିଥିଲେ । ରଙ୍ଗୋଲି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବା ବେଳେ ପଥପ୍ରାନ୍ତ ନାଟକ, ରଙ୍ଗୋଲିରେ ଅଶଗ୍ରହଣକାରୀ ତଥା ପାଲା ଓ ଦାସକାଠିଆ ପରିବେଷଣ କରିଥିବା କଳାକାରମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details