Puri-Howrah Vande Bharat Express: ପ୍ରଥମ ଯାତ୍ରାର ଅନୁଭୂତି ବଖାଣିଲେ ଯାତ୍ରୀ
ଭୁବନେଶ୍ବର:ଆଜି ରାଜ୍ୟରେ ଗଡିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଅପରାହ୍ନ ୧ଟା ୫୦ମିନିଟ ସମୟରେ ପୁରୀ ଷ୍ଟେସନ ଛାଡି ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ । ତେବେ ଯାତ୍ରୀମାନେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସେମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଯାତ୍ରା ବେଶ ଆରାମଦାୟକ ସହ ଖାଦ୍ୟପାନୀୟ, ପରିଷ୍କାର ପରିଚ୍ଛନତାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ରହିଥିବା ଯାତ୍ରୀମାନେ କହିଛନ୍ତି । ତେବେ ପୁରୀରୁ ହାୱଡା ଷ୍ଟେସନ ମଧ୍ୟରେ ୭ଟି ଷ୍ଟପେଜରେ ଏହି ବନ୍ଦେ ଭାରତ ଟ୍ରେନ ରହଣି କରିଛି । ପୂର୍ବରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଯାଜପୁର ରୋଡ, ଭଦ୍ରକ ଷ୍ଟେସନରେ ଟ୍ରେନ ରହିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ବାଲେଶ୍ବର ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି । ଏଥିସହ ଖଡ଼ଗପୁର ଷ୍ଟେସନରେ ମଧ୍ୟ ରହଣି କରିବ । ଟ୍ରେନଟି ପ୍ରତ୍ୟେକ ଷ୍ଟେସନରେ ୨ମିନିଟ ଲେଖାଏଁ ରହଣି କରିବା ନେଇ ସୂଚନା ମିଳିଛି । କେବଳ ଗୁରୁବାରକୁ ଛାଡି ଦେଲେ ସପ୍ତାହକୁ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ ।
ଏହା ବି ପଢନ୍ତୁ- ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ବର