ଓଡିଶା

odisha

Bus strike in boudh

By ETV Bharat Odisha Team

Published : Oct 20, 2023, 11:53 AM IST

ETV Bharat / videos

ବୌଦ୍ଧରେ ବସ୍‌ ଧର୍ମଘଟ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ବୌଦ୍ଧ:ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଯୋଜନାକୁ ବିରୋଧ କରି ଆଜିଠାରୁ ସାରା ରାଜ୍ୟରେ ଘରୋଇ ବସ ଧର୍ମଘଟ ହୋଇଛି । ଘରୋଇ ବସ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବସ୍‌ସେବା ଠବ ହେବାରୁ ଜନ ଜୀବନ ଉପରେ ଗଭୀର ପ୍ରଭାବ ପଡିଛି । ରାଜ୍ୟ ଘରୋଇ ବସ ମାଲିକ ସଂଘର ଆହ୍ବାନ କ୍ରମେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବସ ଧର୍ମଘଟ ହୋଇଛି । ଜିଲ୍ଲାରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ଠାରେ ଅନେକ ଯାତ୍ରୀ ବସକୁ ଅପେକ୍ଷା କରି ରହିଛନ୍ତି ।  ବିଭିନ୍ନ ସ୍ଥାନରେ 60 ରୁ ଉର୍ଦ୍ଧ୍ବ ବେସରକାରୀ ବସ ସମେତ ଜିଲ୍ଲା ଦେଇ ଯାତାୟତ କରୁଥିବା 50ରୁ ଉର୍ଦ୍ଧ୍ବ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବଳ ଅଳ୍ପ କେତୋଟି ସରକାରୀ ବସ ଚଳାଚଳ କରୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାରେ ବସ୍‌ ଧର୍ମଘଟ ପ୍ରଭାବରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଶୁଣନ୍ତୁ ଯାତ୍ରୀଙ୍କ ମୁହଁରୁ...

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details