ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ ! ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ଦୁର୍ଘଟଣାରୁ ବର୍ତ୍ତିଲା ପାସେଞ୍ଜର ଟ୍ରେନ
ବାଲେଶ୍ୱର: ଲକ୍ଷ୍ମଣନାଥ ରୋଡ଼ ଷ୍ଟେସନ ନିକଟରେ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ଜଣାପଡିଛି। ତେବେ ଟ୍ରେନଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ପାସେଞ୍ଜର ଟ୍ରେନଟି ଖଡ଼ଗପୁରଠାରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ ଲକ୍ଷ୍ମଣନାଥ ରୋଡ଼ ଷ୍ଟେସନ ନିକଟରେ ଇଞ୍ଜିନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖଡଗପୁର - ଭଦ୍ରକ ପାସେଞ୍ଜର ଟ୍ରେନର ଇଞ୍ଜିନ ତଳୁ ଧୂଆଁ ଵାହାରିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।
ଏହା ମଧ୍ୟ ପଢନ୍ତୁ...ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ
ଭୟରେ ଯାତ୍ରୀମାନେ ଟ୍ରେନ ତଳକୁ ଡେଇଁ ପଡ଼ିଥିଲେ। ଚଳନ୍ତା ଟ୍ରେନରେ ଯାତ୍ରୀମାନେ ଚିତ୍କାର କରି ପାଇଲଟଙ୍କୁ ଏ ବିଷୟରେ ଜଣାଇବାକୁ ଚେଷ୍ଟା କରିଥିଲେ। ଲକ୍ଷ୍ମଣ ନାଥ ରୋଡ଼ ଷ୍ଟେସନରେ ଟ୍ରେନ୍ ଛିଡା ହେବା ପରେ ପାଇଲଟ୍ ତଳକୁ ଓହ୍ଲାଇ ଇଞ୍ଜିନ ତଳୁ ବାହାରୁଥିବା ଧୁଆଁକୁ ଆୟତ୍ତ କରିଥିଲେ। ଇଞ୍ଜିନ ଚକାରେ ଥିବା ସ୍ପ୍ରିଂ ବକ୍ସରେ ମୋବିଲ ଲିକ୍ ପାଇଁ ନିଆଁ ଲାଗିଥିବା ଜଣାପଡିଥିଲା। ଏହାକୁ ଆୟତ୍ତ କରିବା ପରେ ଟ୍ରେନଟି ଗନ୍ତବ୍ୟସ୍ଥଳକୁ ବାହାରିଥିଲା। ତେବେ ଏକ ବଡ଼ ଦୁର୍ଘଟଣାରୁ ଏହି ପାସେଞ୍ଜର ଟ୍ରେନଟି ଅଳ୍ପକେ ବର୍ତ୍ତିଯାଇଛି।
ଇଟିଭି ଭାରତ, ବାଲେଶ୍ୱର