ଓଡିଶା

odisha

ବିଦ୍ୟାଳୟରେ ତୁମୁଳକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଲେ ଶିକ୍ଷକ ଓ ଅଭିଭାବକ

ETV Bharat / videos

ବିଦ୍ୟାଳୟରେ ତୁମୁଳକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଲେ ଶିକ୍ଷକ ଓ ଅଭିଭାବକ

By ETV Bharat Odisha Team

Published : Nov 24, 2023, 9:19 PM IST

ନିଆଳି:ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ଘଟଣା । କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଲା ସ୍କୁଲ କମିଟି । ସ୍କୁଲର ଶିକ୍ଷା କମିଟି ବୈଠକ ଚାଲୁଥିବା ସମୟରେ ଜଣେ ବ୍ୟକ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ଓ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି  । ଏହାପରେ ବାଲିପାଟଣା ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ ଏବଂ ଅଭିଭାବକ । 

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଭୟମୁଖି ପଞ୍ଚାୟତର ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ବୁଧବାର ଦିନ ଶିକ୍ଷା କମିଟି ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସମୟରେ ଶିକ୍ଷା କମିଟି ଜୈନିକ ସଦସ୍ୟ ହଠାତ୍ ଉତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ କମିଟିର ମହିଳା ସଦସ୍ୟ ଏବଂ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଜୈନିକ ବ୍ୟକ୍ତି ଗାଳି ଗୁଲଜ କରିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଏନେଇ ବିଦ୍ୟାଳୟର ଶିକ୍ଷା କମିଟି ଏବଂ ପ୍ରଧାନ ଶିକ୍ଷକ ମିଳିତ ଭାବରେ ବାଲିପାଟଣା ଥାନା ୩ ଏତଲା ଦେଇଛନ୍ତି ।‌ ପୋଲିସ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସ୍କୁଲ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏହି ଧାରଣା ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ୨ ଦିନରେ ପହଞ୍ଚିଛି । ଆଗମୀ ଦିନରେ ଏହି ଧାରଣା ଜାରି ରହିବ ବୋଲି ସୂଚନା ମିଳିଛି । ଏହି ଏହି ଧାରଣା ଯୋଗୁଁ ପାଠ ପଢା ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବାଲିପାଟଣା ବ୍ଲକ ଏବିଓ ବିକ୍ରମ କେଶରୀ ନାୟକ ଓ ବାଲିପାଟଣା ବ୍ଲକର ଓଷ୍ଟା ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପରିଦର୍ଶନ କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ।‌ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

 

ଇଟିଭି ଭାରତ, ନିଆଳି
 

ABOUT THE AUTHOR

...view details