Haryana Flood: ଆଖି ପିଛୁଳାକେ ଭାଙ୍ଗିଲା 30 ଲକ୍ଷ ବ୍ୟୟରେ ନିର୍ମିତ 3 ମହଲା ବିଶିଷ୍ଟ କୋଠା - ଯମୁନା ଦେଉଛି ଯନ୍ତ୍ରଣା
ଚଣ୍ଡିଗଡ଼:ଯମୁନା ଦେଉଛି ଯନ୍ତ୍ରଣା । ନଦୀର ଜଳସ୍ତର ବଢିବା ପରେ ଏବେ ହରିୟାଣାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଲୱଲରେ ଯମୁନା ତାଣ୍ଡବ ରଚିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଛାତିଥରା ଦୃଶ୍ୟ । ଆଖି ସାମ୍ନାରେ ଦିଆସିଲି କାଠି ପରି ଭାଙ୍ଗିପଡୁଛି 3 ମହଲା ବିଶିଷ୍ଟ କୋଠା । 30 ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା କୋଠା ଆଖି ପିଛୁଳାକେ ଭାଙ୍ଗି ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଘର ମାଲିକ କିଛି ଦିନ ତଳେ ଏହି ଘର ନିର୍ମାଣ କରିଥିଲେ । ଏହି କୋଠାଟି ବାଗପୁର ଗାଁରେ ରହିଛି । ବନ୍ୟା ପାଣି ବଢୁଥିବା ଦେଖି ଏଠାରେ ରହୁଥିବା ପରିବାର ବାହାରକୁ ବାହାରି ଆସିଥିଲେ । ଫଳରେ ସେମାନେ ସୁରକ୍ଷିତ ଥିବା ଜଣାପଡ଼ିଛି । ଯମୁନା ଜଳସ୍ତର ବଢିବା ପରେ ବାଗପୁର ରୋଡ ଭାଙ୍ଗି ଯାଇଥିବା ବେଳେ 16ଟି ଗାଁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।