ଓଡିଶା

odisha

ଜଗସିଂହପୁରରେ ପହିଲି ରଜ ଉତ୍ସବ

By

Published : Jun 14, 2023, 6:26 PM IST

ETV Bharat / videos

ପହିଲି ରଜ: ଉତ୍ସବମୁଖର ପୁରପଲ୍ଲୀ, ପିଠା ପଣାରେ ମହକୁଛି ଗାଁ ଦାଣ୍ଡ

ଜଗତସିଂହପୁର: ଓଡ଼ିଶାର ଗଣ ପର୍ବ ରଜ । ପହିଲି ରଜ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ଗାଁ'ଠୁ ସହର ଚାରିଆଡ଼େ ଲୋକେ ରଜ ପାଳନ କରୁଛନ୍ତି । ପୋଡପିଠା ସାଙ୍ଗକୁ ରଜଦୋଳିର ମଜା ନେଉଛନ୍ତି ଜିଲ୍ଲାବାସୀ । ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଉଲ୍ଲାସର ସହ ରଜ ପାଳନ ହେଉଛି । ଘରେଘରେ ଜମିଛି ପିଠା ପଣାର ଆସର । ପୋଡ଼ ପିଠାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପିଠାରେ ଗାଁ ଦାଣ୍ଡ ମହକୁଛି । କୁମାରୀମାନେ ନୂତନ ବସ୍ତ୍ର ପରିଧାନ କରି ସଜେଇ ହୋଇ ରଜ ଦୋଳି ଖେଳିବା ସହ ନାଚଗୀତରେ ମସଗୁଲ ହୋଇଛନ୍ତି ।ସେପଟେ ଆଜି ବୁଧବାର ଥିବାରୁ ଆମିଷ ଦୋକାନରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଜିଲ୍ଲା ଉପକଣ୍ଠ ବାରଙ୍ଗ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ରଜ ମହୋତ୍ସବ ପାଳିତ ହୋଇଛି । ସତ୍ୟସାଇ ସେବାଶ୍ରମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଳିକି ଭଳି ପିଠା ପ୍ରତିଯୋଗିତା ହେବା ସହିତ ରାଜଦୋଳିର ମଜା ନେଇଥିଲେ ସ୍ଥାନୀୟ ଲୋକେ । ସେବାଶ୍ରମର ମହିଳାମାନେ ଭଳିକି ଭଳି ପିଠା ତିଆରି କରିବା ସହିତ ବଣ୍ଟନ କରିଥିଲେ । ଛୋଟରୁ ବଡ଼ ସମସ୍ତେ ରାଜଦୋଳିର ବେଶ ମଜା ନେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details