ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ, ଚାଷୀ ହତାଶ - ବର୍ଷା ଉଜାଡି ଦେଲା ଫସଲ
Published : Dec 8, 2023, 8:44 PM IST
ବାଲେଶ୍ବର: ବର୍ଷା ଉଜାଡି ଦେଲା ଫସଲ । ଦୀର୍ଘ ଦିନ ଧରି ଚାଷୀ ନଜର ମୁଣ୍ଡର ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଧାନ ଚାଷ କରିଥିଲା । ହେଲେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ହତାଶ ହୋଇପଡିଛି । ବାଲେଶ୍ୱର ଜିଲ୍ଲାରେ ଗତ ୩ ଧରି ପାଗ କୋହଲା ରହିବା ସହ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ବର୍ଷା ଦ୍ୱାରା ବିଶେଷ ଭାବରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଚାଷୀ ବିଲରେ ଧାନ କାଟି ପକାଇ ଥିବାବେଳେ ବର୍ଷା ହେବା ଦ୍ଵାରା ବର୍ଷ ଯାକର ଅମଳ ଏବେ ନଷ୍ଟ ହେବାକୁ ବସିଛି । ଜିଲ୍ଲାର ସିମୁଳିଆ ବ୍ଲକ ବରୀ ଅଞ୍ଚଳରେ ଚାଷୀମାନେ ହେକ୍ଟର ହେକ୍ଟର ଚାଷ ଜମିରେ ଚାଷ କରିଥିଲେ । ହେଲେ ଗତକାଲି ଠାରୁ ବର୍ଷା ହେବା ଦ୍ଵାରା ବିଲରେ ପଡି ଥିବା ଧାନକୁ ନେଇ ଚିନ୍ତାରେ ଚାଷୀକୁଳ ।
ବର୍ଷା ହେବା ପୂର୍ବରୁ କିଛି ଚାଷୀ ଘରକୁ ଧାନ ନେଇ ଯାଇଥିବାବେଳେ ଏବେ ଅନେକ ଚାଷୀଙ୍କ ଧାନ ବିଲରେ ପଡି ରହିଛି । ଚାଷୀମାନେ ତରବରିଆ ହୋଇ କିଏ ଗାଡ଼ିରେ ଧାନ କାଟି ନେଇ ଯାଇଛି ତ ଆଉ କିଏ ବିଲରେ ପକାଇ ଦେଇଛି । ହେଲେ ଗତକାଲି ବର୍ଷା ହେବା ଦ୍ଵାରା କଟା ଯାଇଥିବା ଧାନ ଓଦା ହୋଇଯାଇଛି । ଓଦା ଧାନ ଗଜା ହେବାର ସମ୍ଭାବନା ରହିଥିବା ବେଳେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷା ହେବା ପୂର୍ବରୁ ଚାଷୀ ଧାନକୁ ବିଲ ଓ ହିଡ ଉପରେ ଟାଲ ମାରି ରଖିଥିବା ବେଳେ ଅଧିକାଂଶ ବିଲରେ ପଡି ରହିଛି । ଏବେ କଟାଯାଇଥିବା ଧାନକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।
ଏହା ମଧ୍ୟ ପଢନ୍ତୁ....ଦୁଃଖ ଦେଇଗଲା ମିଗଜୋମ, ନଷ୍ଟ ହେଉଛି ଏକର ଏକର ଧାନ ଚାଷ
ଇଟିଭି ଭାରତ, ବାଲେଶ୍ୱର