ଓଡିଶା

odisha

ଅର୍ପଣ ରଥକୁ ବିରୋଧ

By ETV Bharat Odisha Team

Published : Jan 12, 2024, 8:23 PM IST

ETV Bharat / videos

ଜଲ୍ଲାରପୁରରେ ଅର୍ପଣ ରଥକୁ ବିରୋଧ, ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

Arpana Rath In Jallarpur: ନିଆଳି: ସାରା ରାଜ୍ୟରେ ପରିକ୍ରମା କରୁଛି ପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ । କିନ୍ତୁ କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତରେ ଅର୍ପଣ ରଥ ଶୋଭାଯାତ୍ରାକୁ ନେଇ ଉପୁଜିଛି ବିବାଦ । ଆଜି ଜଲ୍ଲାରପୁର ପଞ୍ଚାୟତରେ ଜଗନ୍ନାଥଙ୍କ ଅର୍ପଣ ରଥ ଶୋଭାଯାତ୍ରା କରାଯିବାର ବ୍ୟବସ୍ଥା ଥିବାବେଳେ ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ପଣ୍ଡାଙ୍କୁ ଅବଗତ କରିନଥିଲେ ବ୍ଲକ ପ୍ରଶାସନ । ଏ ଖବର ଶୁଣିବା ପରେ ସରପଞ୍ଚ ଓ ତାଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ । ବିରୋଧ କରିବା ପରେ ଅର୍ପଣ ରଥ ଶୋଭାଯାତ୍ରା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା । ବ୍ଲକ ଅତିରିକ୍ତ ବିଡ଼ିଓ ପଲ୍ଲବୀ ରାଉତ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ବୁଝାଶୁଝା କରିବା ସହିତ ଆସନ୍ତାକାଲି ଜଗନ୍ନାଥଙ୍କ ଅର୍ପଣ ରଥ ଶୋଭାଯାତ୍ରା ବ୍ଲକ ପ୍ରଶାସନ ଓ ସରପଞ୍ଚଙ୍କ ଉଦ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।‌ ଏ ସମ୍ପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ଆସିଥିବା ଅତିରିକ୍ତ ବିଡ଼ିଓ ପଲ୍ଲବୀ ରାଉତ କ୍ୟାମେରା ସମ୍ନାରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି । ସେହିପରି ଜଗନ୍ନାଥଙ୍କ ଫଟୋ ଓ ପ୍ରତିମୂର୍ତ୍ତିକୁ ଟଲି ଏବଂ ଡାଲା ଗାଡି଼ରେ ବସାଇ ପରିକ୍ରମା କରାଯାଉଥିବାରୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଆଇନ୍ ଶୃଙ୍ଖଳା ଦୃଷ୍ଟି କୋଣରୁ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ଅର୍ପଣ ରଥକୁ ନେଇ ନିର୍ବାଚନୀ ପ୍ରଚାର କରୁଛି ବିଜେଡି: କଂଗ୍ରେସ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details