ଓଡିଶା

odisha

ସୁଦାନ ପୋର୍ଟରୁ ଭାରତୀୟଙ୍କୁ ନେଇ ବାହାରିଲା ଆଇଏନଏସ ସୁମେଧା, ଦେଖନ୍ତୁ ଉଦ୍ଧାର ବେଳର ଦୃଶ୍ୟ

By

Published : Apr 25, 2023, 6:11 PM IST

ETV Bharat / videos

Operation Kaveri: ଦେଖନ୍ତୁ ସୁଦାନ ପୋର୍ଟରୁ ଭାରତୀୟଙ୍କୁ ଉଦ୍ଧାର ବେଳର ଦୃଶ୍ୟ

ହାଇଦ୍ରାବାଦ: ଜାରି ରହିଛି ଅପରେସନ କାବେରୀ । ଗୃହଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜାରି ରହିଛି ‘ଅପରେସନ କାବେରୀ’ । ଆଜି ପ୍ରଥମ ପର୍ଯ୍ୟାୟରେ 278 ଭାରତୀୟଙ୍କୁ ଧରି ସୁଦାନ ବନ୍ଦରରୁ ସାଉଦି ଆରବିଆ ଉପକୂଳକୁ ଯାତ୍ରା ଆରମ୍ଭ କରିଛି ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମେଧା’ । ଏହି ଭାରତୀୟଙ୍କୁ ସାଉଦି ଆରବିଆର ଜିଦାହରେ ପହଞ୍ଚାଯିବ । ପରେ ସେଠାରୁ ସେମାନେ ବାୟୁସେନା ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିବେ । ଜିଦାହରେ ଭାରତୀୟ ବାୟୁସେନାର ଦୁଇଟି ବୃହତ ପରିବହନ ବିମାନ C-130J କୁ ମୁତୟନ କରାଯାଇଛି । ସୁଦାନ ପୋର୍ଟ ହର୍ବରରେ ଲାଗିଛି INS ସୁମେଧା । ଧାଡିରେ ଜାହାଜରେ ପ୍ରବେଶ କରୁଛନ୍ତି ଭାରତୀୟ । ଗତକାଲି ସୁଦାନରେ ପୋର୍ଟରେ 5 ଶହ ଭାରତୀୟ ସୁରକ୍ଷିତ ପହଞ୍ଚିଥିଲେ । ଆଜି 278 ଭାରତୀୟଙ୍କୁ ସାଉଦି ଆରବିଆ ଅଣାଯାଉଛି । ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଭାରତୀୟଙ୍କୁ କରାଯିବ ଉଦ୍ଧାର । ଦେଖନ୍ତୁ ସୁଦାନ ପୋର୍ଟରେ ଉଦ୍ଧାର ବେଳର ଭିଡିଓ

ABOUT THE AUTHOR

...view details