କାଳବୈଶାଖୀରେ ଉଡିଲା ଘରଦ୍ୱାର, ବଜ୍ରାଘାତରେ ଗଲା ଜଣଙ୍କ ଜୀବନ - ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା
ଜଗତସିଂହପୁର: କାଳବୈଶାଖୀର କରାଳ ରୂପ। ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷାରେ ଚାଲିଗଲା ଜଣଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ତିତ୍ତୋଲ ଥାନା ଅନ୍ତର୍ଗତ ନାଲିବର ଗ୍ରାମରରେ। କାଳବୈଶାଖୀ ଜନିତ ବଜ୍ରପାତ କାରଣରୁ ଗାଁର ନାରାୟଣ ଦାଶଙ୍କର ମୃତ୍ୟୁ ହୋଇଛି। ନାରାୟଣ ଛେଳି ଚରାଇବା ପାଇଁ ଗାଁ ହୁଡାକୁ ଯାଇଥିବା ବେଳେ ବର୍ଷା ଓ ପବନ ଯୋଗୁ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ ବଜ୍ରପାତ ହେବାରୁ ତାଙ୍କୁ ଗାଁ ଲୋକେ ସଂଜ୍ଞାହୀନ ଅବସ୍ଥାରେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରପାତରେ 10 ରୁ ଅଧିକ ଛେଳିଙ୍କ ଜୀବନ ଯାଇଥିବା ଖବର ମିଳିଛି ।
ଅପର ପକ୍ଷରେ ଆଜି ଦିନ ତମାମ ପ୍ରବଳ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା। ଦିନ 9 ପରେ ଘରୁ ବାହାରକୁ ବାହାରିବା ସମ୍ଭବ ହୋଇ ପାରି ନଥିଲା। ଅପରାହ୍ନ ୪ଟା ସମୟରେ କାଳବୈଶାଖୀର ପ୍ରଭାବରେ ମାଧ୍ୟମ ଧାରଣର ବର୍ଷା ଆଶ୍ୱସ୍ତ ଆଣି ଦେଇଛି। ଘଡିମୂଳ, ନିନୀ ଗାଁ, ପଟାଣି ଗାଁ, ଢି଼ଅସାହି, ବାଲି ପାଟଣା, ଆଦି ଅଞ୍ଚଳରେ ଗଛ ଭାଙ୍ଗିବା ସହିତ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି।
ଇଟିଭି ଭାରତ, ଜଗତସିଂହପୁର