ଓଡିଶା

odisha

Om idol to install in Kedarnath Dham

By

Published : May 30, 2023, 9:07 PM IST

ETV Bharat / videos

Dream project of PM Modi: କେଦାରନାଥ ଧାମରେ ପ୍ରତିଷ୍ଠା ହେବ ୬ଟନ୍‌ର 'ଓମ୍‌' ପ୍ରତିମା

ଡେରାଡୁନ: ବିଶ୍ବପ୍ରସିଦ୍ଧ ଶୈବପୀଠ ଉତ୍ତରାଖଣ୍ଡର କେଦାରନାଥ ଧାମରେ ପ୍ରତିଷ୍ଠା ହେବାକୁ ଯାଉଛି ୬ ଟନ୍‌ ଓଜନର 'ଓମ୍‌' ପ୍ରତିମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଅନୁସାରେ ଏହାର ସ୍ଥାପନ ହେବ । ବିଧିବଦ୍ଧ ଭାବରେ ଏହା ନିର୍ଦ୍ଦିଷ୍ଠ ସ୍ଥାନରେ ପ୍ରତିଷ୍ଠା ହେବା ପୂର୍ବରୁ ସୃଷ୍ଟିର ପ୍ରଥମ ଧ୍ବନି 'ଓମ୍‌'ର ପୂଜାର୍ଚ୍ଚନା କରାଯାଇଛି । ଏକ କ୍ରେନ ମେସିନ ସାହାଯ୍ୟରେ ଏହି ପିତ୍ତଳ ପ୍ରତିମାକୁ ଧାମ ନିକଟରେ ପହଞ୍ଚାଯାଇଛି । ଏବେ ଦେଶ ବିଦେଶରୁ କେଦାରନାଥ ଧାମକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ଦେବଙ୍କ ଦେବ ମହାଦେବଙ୍କ ଅତି ପ୍ରିୟ ଚିହ୍ନ 'ଓମ୍‌'ର ମଧ୍ୟ ଦର୍ଶନ କରିପାରିବେ । କେଦାରନାଥ ଧାମର ପୁନଃ ନିର୍ମାଣ ଜାରି ରହିଥିବା ବେଳେ ଏହି ପ୍ରକଳ୍ପ ଅଧୀନରେ ପବିତ୍ର ଓମ ଧ୍ବନି ପ୍ରତିମାର ପ୍ରତିଷ୍ଠା ହେବ । ଗୁଜୁରାଟ ଭଦୋଦରାର ଜଣେ ଡିଜାଇନର ଏହି ପ୍ରତିମାର ନିର୍ମାଣ କରିଛନ୍ତି । ଏହାକୁ କେଦାରନାଥ ମନ୍ଦିରରୁ ପ୍ରାୟ ୨୦୦ମିଟର ଦୂରରେ ସ୍ଥାପିତ କରାଯିବ । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଉତ୍ସାହଭାବ ଦେଖିବାକୁ ମିଳିଛି ।   

ABOUT THE AUTHOR

...view details