ଓଡିଶା

odisha

ETV Bharat / videos

ରାଜରାସ୍ତାରେ ହାଇଡ୍ରାମା ପରେ ବଡ ବୟାନ ଦେଲେ ବାବୁଶାନ - Prakruti Mishra and Trupti war

🎬 Watch Now: Feature Video

By

Published : Jul 24, 2022, 9:14 AM IST

Updated : Feb 3, 2023, 8:25 PM IST

ଭୁବନେଶ୍ବର: ଓଲିଉଡ଼ ଅଭିନେତା ବାବୁଶାନ ଓ ପତ୍ନୀ ତୃପ୍ତିଙ୍କ ବିବାଦ । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ପତ୍ନୀଙ୍କ ସହ ଓ୍ବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଲେ ବାବୁଶାନ । ଚେନ୍ନାଇରେ ରହି ଭିଡିଓ ଜାରି କରିଛନ୍ତି ଅଭିନେତା ବାବୁଶାନ । ଭିଡିଓରେ ସେ କହିଛନ୍ତି ଯେ, ''ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ, ଯେଉଁଥିରେ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଡକାଯାଇଥିଲା । ମୁଁ ଏଠାକୁ ମୋ ଫିଲ୍ମର ପ୍ରମୋସନ ଓ ଆଉ ଏକ ନୂଆ ଫିଲ୍ମ ବିଷୟରେ କହିବାକୁ ଆସିଥିଲି । କିନ୍ତୁ ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି, ମୁଁ ଏହା ଏବେ ଜାଣୁଛି, ଯଦି କିଛି ଅସୁବିଧା ଅଛି ମୁଁ ପ୍ରକୃତି ମିଶ୍ରଙ୍କ ସହ ସହ ଆଉ ଫିଲ୍ମ କରିବିନି, ଆଉ ଦରକାର ପଡିଲେ କୌଣସି ଅଭିନେତ୍ରୀଙ୍କ ସହ ମୁଁ ଫିଲ୍ମ କରିବିନାହିଁ । ଶନିବାର ପ୍ରକୃତି ମିଶ୍ର, ବାବୁସାନ ଓ ତାଙ୍କ ପତ୍ନୀଙ୍କ ଭିଡିଓ ଭାଇରାଲ ପରେ ପୁରା ଦିନ ତମାମର ଚର୍ଚ୍ଚିତ ଖବର ପାଲଟିଥିଲା ।
Last Updated : Feb 3, 2023, 8:25 PM IST

ABOUT THE AUTHOR

...view details