ଓଡିଶା

odisha

Old Stone Idols found from Reba River

ETV Bharat / videos

ନଦୀରୁ ମିଳିଲା ବିରଳ ପଥର, ବେଲଗଛ ମୂଳରେ ପାଉଛି ପୂଜା ! - ସିମୁଳିଆ ନଦୀରୁ ପଥର ମୂର୍ତ୍ତି ଉଦ୍ଧାର

By ETV Bharat Odisha Team

Published : Dec 15, 2023, 5:14 PM IST

ବାଲେଶ୍ବର: କଥାରେ ଅଛି ବିଶ୍ୱାସେ ମିଳନ୍ତି ହରି । ବିଶ୍ୱାସରେ ବି ପଥର ଜୀବନ୍ତ ହୋଇଯାଏ ଆଉ ପୂଜା ପାଇଥାଏ । ସେହିଭଳି ଅନେକ ଦୃଷ୍ଟାନ୍ତ ମୂଳକ ଉଦାହରଣ ରହିଥିବା ବେଳେ ନଦୀରୁ ମିଳିଥିବା ଏକ ପଥର ଖଣ୍ଡ ବର୍ତ୍ତମାନ ଭଗବାନଙ୍କ ରୂପରେ ପୂଜା ପାଉଛି । ଗୋଟିଏ ପଥର ଖଣ୍ଡ ଭିତରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ବିଶ୍ୱାସ ଓ ଆସ୍ଥାର ସହ ଲୋକମାନେ ସକାଳ ସଞ୍ଜରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏମିତି ପୂଜାର୍ଚ୍ଚନା ଚାଲିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ନେଟମ ସାହିରେ ।

ମିଳିଥିବା ସୂଚନା ଅନୁସାରେ, ନେଟମ ସାହିର ମଙ୍ଗଳ ଦାସ ରେବ ନଦୀରେ ଗାଧୋଇବା ବେଳେ ତାଙ୍କ ଗୋଡ଼ରେ ଏକ ପଥର ବାଜିଥିଲା । ମଙ୍ଗଳ ପଥରଟି ଏକ ବିଶେଷ ପଥର ବୋଲି ଅନୁଭବ କରି ନଦୀରୁ ପଥର ଖଣ୍ଡକୁ ଉଦ୍ଧାର କରି ଦେଖିବା ବେଳକୁ ସେଥିରେ ବହୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଖୋଦେଇ ହୋଇଥିଲା । ଏ ସମ୍ପର୍କରେ ମଙ୍ଗଳ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀମାନେ ମଙ୍ଗଳଙ୍କ ଘରେ ପହଞ୍ଚି ଏମିତି ପଥର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଙ୍ଗଳ ସବୁଦିନ ଏହି ପଥର ନିଜ ଘରେ ରଖି ପୂଜାର୍ଚ୍ଚନା କରୁଥିଲେ । ପଥର ମୂର୍ତ୍ତି ଘରେ ନୁହେଁ ସାର୍ବଜନୀନ ଭାବେ ପୂଜାପାଠ କରିବାକୁ ମଙ୍ଗଳଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ପରେ ସ୍ୱପ୍ନାଦେଶ ଅନୁସାରେ ରଙ୍ଗିଆ ପୋଲ ନିକଟରେ ଥିବା ଏକ ବେଲଗଛ ମୂଳରେ ଏହି ପଥର ମୂର୍ତ୍ତି ରଖାଯାଇ ପୂଜାର୍ଚ୍ଚନା କରାଯାଉଛି । ବେଳ ଗଛ ମୂଳରେ ମଙ୍ଗଳ ଦୈନିକ ସକାଳ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା କରୁଥିବା ବେଳେ ଗାଁର ଲୋକମାନେ ମଧ୍ୟ ତାଙ୍କୁ ସହଯୋଗ କରନ୍ତି । ଏହି ଗ୍ରାମର ପ୍ରତ୍ୟେକ ଲୋକ ଏଠାରେ ଜୁହାର ହୋଇ କୌଣସି କାର୍ଯ୍ୟରେ ଗଲେ ସବୁ କାର୍ଯ୍ୟ ସଫଳ ହେଉଥିବା ଗ୍ରାମବାସୀମାନେ କହିଛନ୍ତି । ନଦୀରୁ ମିଳିଥିବା ପଥର ମୂର୍ତ୍ତିର କିଛି ଅଂଶ ଭାଙ୍ଗି ଯାଇଥିବାରୁ କେଉଁ ଦେବା ଦେବୀ ବୋଲି ସଠିକ ଭାବରେ ଜଣାପଡୁ ନାହିଁ । କିନ୍ତୁ ମଙ୍ଗଳ ଏହି ମୂର୍ତ୍ତିକୁ ଦୀର୍ଘ ଦିନ ଧରି ପୂଜାର୍ଚ୍ଚନା କରିଆସୁଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ.......Ayodhya Ram Mandir: ପ୍ରାଚୀନ ରାମ ମନ୍ଦିର ମୂର୍ତ୍ତି ଫଟୋ ସେୟାର କଲେ ଚମ୍ପତ ରାଏ, ASI ଖନ୍ନନ ସମୟରେ ମିଳିଥିଲା

ଇଟିଭି ଭାରତ, ବାଲେଶ୍ବର

ଇଟିଭି ଭାରତ କୌଣସି ଅନ୍ଧବିଶ୍ବାସ କିମ୍ବା କୁସଂସ୍କାରକୁ ପ୍ରୋତ୍ସାହନ ଦିଏ ନାହିଁ । ଆମେ ଲୋକଙ୍କ ବିଶ୍ୱାସ ଆଧିରିତ ଖବର ପ୍ରସାରଣ କରିଥାଉ ।     

ABOUT THE AUTHOR

...view details