ଓଡିଶା

odisha

Odisha Tribal Communities protest

ETV Bharat / videos

11 ଦଫା ଦାବିରେ ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ - 11ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

By

Published : Jul 20, 2023, 11:42 AM IST

ଖୋର୍ଦ୍ଧା:11ଦଫା ଦାବି ନେଇ ଓଡିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଗତ କିଛି ଦିନ ହେବ ନନ୍ଦନ କାନନ ସମ୍ପ୍ରସାରଣ ନାମରେ ଚୁଡ଼ଙ୍ଗ, କୃଷ୍ଣନଗର, ଭାଲୁଙ୍କା, ଆମ୍ବପଡିଅ, ପ୍ରମୁଖ ଗ୍ରାମ ମାନଙ୍କୁ ସୂଚନା ନଦେଇ ପାଚେରୀ ଦ୍ବାରା ଆବଦ୍ଧ କରାଯିବା ପାଇଁ କାମ ଚାଲିଛି । ଯାହାଦ୍ବାରା ନିରୀହ ଗରିବ ଗ୍ରାମବାସୀ ମାନେ ଜୀବନ ଜୀବିକା ହରାଇବେ । ତେଣୁ ଏହାକୁ ତୁରନ୍ତ ବନ୍ଦ କରିବା ସହିତ ଚନ୍ଦକା ଅଞ୍ଚଳର ଜୀବନ ଜୀବିକା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି ଓଡିଶା ଆଦିବାସୀ ଅଧିକାର ମଞ୍ଚ ।  

  ଏହା ମଧ୍ୟ ପଢନ୍ତୁ- ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବିକ୍ଷୋଭ: 10 ଦଫା ଦାବିରେ ପ୍ରତିବାଦ ସଭା

ଦାବି ଗୁଡିକ ମଧ୍ୟରେ ଚୁଡ଼ଙ୍ଗ ଗ୍ରାମର ଆଦିବାସୀ ମାନଙ୍କ ଦଖଲରେ ଥିବା ଜଙ୍ଗଲ କିସମ ଜମି, ଚାଷ ଜମି ଏବଂ ବସତିକୁ ବର୍ତ୍ତମାନ ସମ୍ପ୍ରସାରଣ କରାଯାଉଥିବା ପାଚେରି ଆବଦ୍ଧରୁ ବାଦ ଦେବା । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଅଧିକାର ପ୍ରଦାନ କାର୍ଯ୍ୟ ଚୂଡାନ୍ତ ନ ହେବା ପୂର୍ବରୁ କୌଣସି ବେଆଇନ ଉଚ୍ଛେଦ, ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଗ୍ରାମସଭାର ନିଷ୍ପତ୍ତିକୁ ଚୂଡାନ୍ତ ନିଷ୍ପତ୍ତି ବୋଲି ଗ୍ରହଣ କରିବା । ସେହିପରି ଆମ୍ବପଡିଆ, ଗୋଡିବାରୀ ଗ୍ରାମର ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିବା । ଜଙ୍ଗଲ ଅଧିକାର ପାଇଥିବା ହିତାଧିକାରୀଙ୍କ ଖତୀଆନ ସଂଶୋଧନ କରି ଖଜଣା ଧାର୍ଯ୍ୟ କରିବା । ପଥରଗାଡ଼ିଆ ଗ୍ରାମର 37 ଆଦିବାସୀ ପରିବାରକୁ ଦିଆଯାଇଥିବା କେ-ଫର୍ମ ପଟ୍ଟାକୁ ପୂର୍ଣ୍ଣାଙ୍ଗ ପଟ୍ଟା କରିବା । ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଇ ସମସ୍ତ ପ୍ରକାର ଋଣ, ବିହନ, ସାର, କୀଟନାଶକ ତଥା ପ୍ରାକୃତିକ ବିପର୍ଯ୍ୟୟର ସହାୟତା ପ୍ରଦାନ କରିବା ଭଳି 11ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଦାବି ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । 
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details