ଓଡିଶା

odisha

ଦୁର୍ଘଟଣାସ୍ଥଳରେ ପହଞ୍ଚିଲା CBI ଟିମ୍

ETV Bharat / videos

Odisha Train Tragedy: ଦୁର୍ଘଟଣାସ୍ଥଳରେ ଖୋଳତାଡ଼ କରୁଛି CBI ଟିମ୍ - ଟ୍ରେନ ଦୁର୍ଘଟଣା ମାମଲାରେ ସିବିଆଇ ତଦନ୍ତ

By

Published : Jun 6, 2023, 11:26 AM IST

ବାଲେଶ୍ବର:ବାହାନଗାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି  । କାହିଁକି ଘଟିଲା ଦୁର୍ଘଟଣା ? କେଉଁଠି ରହିଲା ତ୍ରୁଟି ? ତାହାର କାରଣ ଖୋଜା ଚାଲିଥିବା ବେଳେ ତଦନ୍ତ ପାଇଁ ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସିବିଆଇ ଟିମ୍ । ଟ୍ରେନ ଦୁର୍ଘଟଣାର ଛାନଭିନ୍ ପାଇଁ ଆଜି ସିବିଆଇର ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି  । ମୁଖ୍ୟତଃ ତିନୋଟି ଦିଗକୁ ନେଇ ଖୋଳତାଡ ଆରମ୍ଭ କରିଛି ତଦନ୍ତକାରୀ ଟିମ୍  । ବାସ୍ତବରେ ଇଣ୍ଟରଲକିଂ ଗଡବଡ ହୋଇଥିଲା ନା ସିଗ୍ନାଲ ଜନିତ ତ୍ରୁଟି ନା ଏହାପଛରେ ଅନ୍ୟ କୌଣସି ଷଡ଼ଯନ୍ତ୍ର ରହିଛି ତାହାର ତଦନ୍ତ କରୁଛି  । ରେଲୱେ ବୋର୍ଡ ଟ୍ରେନ ଦୁର୍ଘଟଣାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲା । ଏହାରି ଭିତରେ ରେଳ ଲାଇନ ମରାମତି କାମ ଜୋରଦାର ଚାଲିଛି । ଯେଉଁଥିପାଇଁ ବାହାନଗାଠାରୁ ଗୋପାଳପୁର ରାସ୍ତାରେ ଯିବା ଆସିବା ବନ୍ଦ ରହିଛି ।  

ଇଟିଭ ଭାରତ, ବାଲେଶ୍ବର

ABOUT THE AUTHOR

...view details