ଓଡିଶା

odisha

Subrat Bagchi

ETV Bharat / videos

Skill conclave 2023: 'ବିଦେଶରୁ ପିଲାମାନେ ଆସି ଓଡ଼ିଶାରେ କାମ କରିବେ, ଏହା ଆରମ୍ଭ ମାତ୍ର' - ବିଦେଶରୁ ପିଲାମାନେ ଆସି ଓଡ଼ିଶାରେ କାମ କରିବେ

By

Published : Apr 20, 2023, 5:04 PM IST

ଭୁବନେଶ୍ବର:'ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩'ର ହୋଇଛି ଶୁଭାରମ୍ଭ । ଗୁରୁବାରଠୁ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରିବା ରହିଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏ ନେଇଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି କହିଛନ୍ତି, " ଓଡ଼ିଶା ପାଇଁ ଏହା ଏକ ଗର୍ବର ବିଷୟ । ଆଜି ଓଡ଼ିଶା ମାଟିରେ ଆୟୋଜିତ ହୋଇଥିବା ସ୍କିଲ କନକ୍ଳେଭରେ ସିଙ୍ଗାପୁରର ୨୫ଜଣ ଯୁବକ ଯୁବତୀ ଏକା ସାଙ୍ଗରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଏହାକୁ ହିଁ ଆମେ ଗ୍ଲୋବାଲାଇଜେସନ କହିବା । ଯେଉଁ ଦିନ ବିଦେଶରୁ ପିଲାମାନେ ଆସି ଓଡ଼ିଶା ମାଟିରେ କାନ୍ଧରେ କାନ୍ଧ ମିଳାଇ କାମ କରିବେ ସେହି ଦିନ ଓଡ଼ିଶା ଗ୍ଲୋବାଲ ବେଞ୍ଚ ମାର୍କ ତିଆରି କରିବ । ସ୍କିଲ୍‌ କନକ୍ଳେବ ଆୟୋଜନ ଏହାର ଆରମ୍ଭ ମାତ୍ର । ଆଗାମୀ ଦିନରେ ଏହା ଜାତୀୟ ସ୍ତରରେ ପ୍ଲାଟଫର୍ମ ହୋଇ ଛିଡା ହେବ । ଦକ୍ଷତା ବିକାଶକୁ ନେଇକି ଯେଉଁ ଚିନ୍ତାଧାରା ଅଛି ସାରା ଭାରତରେ ସେହି ବିଷୟକୁ ନେଇ ଆଲୋଚନା ହେବ ।" 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details