ଓଡିଶା ମୋ ପରିବାରର ଉଦାରତା, ଡଗରପଡା ବାଳାଶ୍ରମର ଅନ୍ତେବାସୀଙ୍କୁ ବୁଲାଇଲେ ବାଲିଯାତ୍ରା
ଐତିହାସିକ ବାଲିଯାତ୍ରା ବୁଲିବାକୁ କାହାର ବା ଇଛା ନଥାଏ । ମାତ୍ର ଅର୍ଥାଭାବରୁ କିମ୍ବା ଅନ୍ୟ କିଛି କାରଣରୁ ଅନେକ ଏହି ଯାତ୍ରା ବୁଲିବାରୁ ବଞ୍ଚିତ ହୋଇଥାନ୍ତି । ଆଉ ବାଳାଶ୍ରମ ଅନ୍ତେବାସୀଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିଥାଏ । କାରଣ ବାଳାଶ୍ରମର ଅନ୍ତେବାସୀଙ୍କୁ (ଶିଶୁ) ବାଲିଯାତ୍ରା ବୁଲାଇବା ଏକ ପ୍ରକାର ଚାଲେଞ୍ଜ ସୃଷ୍ଟି କରିଥାଏ । କାଳେ କିଏ ନିଖୋଜ ହୋଇଯିବ, କିମ୍ବା କିଛି ଅଘଟଣ ଘଟିଯିବ ସେନେଇ ପ୍ରାୟ ସେମାନଙ୍କୁ ଭିଡ଼ ସ୍ଥାନ ମାନଙ୍କୁ ନେବା ପାଇଁ ପ୍ରାୟତଃ ସମସ୍ତେ ଭୟ କରିଥାନ୍ତି । ସେଥିପାଇଁ ସେମାନେ ବଡ଼ ବଡ଼ ମେଳା ବା ସମାବେଶ ବୁଲିବାରୁ ବଞ୍ଚିତ ହୋଇଥାନ୍ତି । ମାତ୍ର ଓଡିଶା ମୋ ପରିବାର ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି । ଡଗରପଡା ବଳାଶ୍ରମର ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ବାଲିଯାତ୍ରାରେ ବୁଲାଇବା ସହ ସେମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇ ସେମାନଙ୍କ ମୁହଁରେ ହସ ଫୁଟାଇଛି ଓଡିଶା ମୋ ପରିବାର ।
Last Updated : Feb 3, 2023, 8:32 PM IST