ଓଡିଶା

odisha

Biotechnologyରେ ଟପ୍ପର ଢେଙ୍କାନାଳର ପୁଅ ରାହୁଲ

By

Published : Jun 2, 2023, 8:14 PM IST

ETV Bharat / videos

ପ୍ରକାଶ ପାଇଲା OJEE ରେଜଲ୍ଟ : Biotechnologyରେ ଟପ୍ପର ଢେଙ୍କାନାଳର ପୁଅ ରାହୁଲ

ଢେଙ୍କାନାଳ: ଆଜି ପ୍ରକାଶ ପାଇଛି OJEE ରେଜଲ୍ଟ । ତେବେ ଚଳିତ ବର୍ଷ Biotechnologyରେ ଢେଙ୍କାନାଳର ରାହୁଲ ନାୟକ ଟପ୍ପର ହୋଇଥିବା ଜଣାପଡିଛି । ଖବର ଜାଣିବା ପରେ ନିଜେ ଟପ୍ପର ହୋଇଥିବା କଥା ବିଶ୍ୱାସ କରି ପାରୁନଥିବା କହି ଖୁସି ବ୍ୟକ୍ତ କରିଛନ୍ତି ରାହୁଲ ।  ଆଗାମୀ ଦିନରେ ନିଜେ ଜଣେ ଭଲ ବାଇଓଲୋଜିଷ୍ଟ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ନିଜ ପିତା ମାତା ଓ ବଡ଼ ଭଉଣୀଙ୍କ ପ୍ରେରଣା, ଅଜା ଆଇ ତଥା ଜେଜେବାପାଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କୁ ସଫଳତା ଆଣି ଦେଇଥିବା ଦେଇଛନ୍ତି ରାହୁଲ । 


ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ଗ୍ରାମର ଶ୍ରୀନିବାସ ନାୟକ ଓ ମାତା ସବିତା ନାୟକଙ୍କର ଏକମାତ୍ର ପୁତ୍ର ରାହୁଲ । ବାପା ଶ୍ରୀନିବାସ ଜଣେ ପ୍ରାଥମିକ ଶିକ୍ଷକ ଓ ମାତା ଗୃହିଣୀ । ସନ୍ଥପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକରେ ୮୯% ମାର୍କ ରଖିଥିଲେ । ସେହିପରି ଢେଙ୍କାନାଳର e-Tech ନାମକ ଏକ ଘରୋଇ ଆବାସିକ କଲେଜରୁ +2 ବିଜ୍ଞାନରେ ୭୮% ମାର୍କରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ ରାହୁଲ । ତେବେ ପିଲାଟି ଦିନରୁ ଜଣେ ବାଇଓଲୋଜିଷ୍ଟ ହେବାକୁ ସ୍ୱପ୍ନ ଦେଖୁଥିଲେ  । ଏଥିପାଇଁ ସେ ତାଙ୍କ ସମ୍ପର୍କୀୟ ମଉସା ତାଙ୍କୁ ପ୍ରେରଣା ଦେଇଥିଲେ । ଯିଏକି ଜଣେ ବୈଜ୍ଞାନିକ  । ଫଳରେ ଢେଙ୍କାନାଲ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଜୀବ ବିଜ୍ଞାନ ସମ୍ମାନ ବିଷୟରେ ପ୍ରଥମ ଶେଣୀ ଡିଷ୍ଟିଂସନରେ ପାସ୍ କରିଥିଲେ ରାହୁଲ।

ଚଳିତ ଥର ପ୍ରଥମ ଥରରେ ସେ ବାଇଓ biotechnologyରେ OJEE ଟପ୍ପର ହୋଇପାରିଛନ୍ତି। ନିଜର ନିଷ୍ଠା, ଏକାଗ୍ରତା ଓ ପରିଶ୍ରମ ସହିତ ଅଧ୍ୟାପକ ଅଧ୍ୟାପିକାଙ୍କ ଆଶୀର୍ବାଦ ଏବଂ ସାଙ୍ଗସାଥି ତଥା ଶୁଭେଛୁମାନଙ୍କ ଆନ୍ତରିକ ଶୁଭେଚ୍ଛା ପାଇଁ ସେ ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି । ତେବେ ପୁଅର ଏପରି ସଫଳତା ପାଇଁ ରାହୁଲଙ୍କ ପରିବାର, ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।
 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details