ଓଡିଶା

odisha

ETV Bharat / videos

ଦେଶର ଭୂଗୋଳ ଓ ଇତିହାସରେ ଓଡିଶାର ସ୍ଥାନ ସ୍ବତନ୍ତ୍ର: ରାଷ୍ଟ୍ରପତି

By

Published : Nov 10, 2022, 8:11 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର: ଦେଶର ଭୂଗୋଳ ଓ ଇତିହାସରେ ଓଡିଶାର ସ୍ଥାନ ସ୍ବତନ୍ତ୍ର । ଦେଶର ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ସଂସ୍କୃତି ପର୍ଯ୍ୟନ୍ତ ଓଡିଶାର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଜନ୍ମମାଟି ଓଡିଶାକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଓଡିଶାର ସ୍ବର୍ଣ୍ଣିମ ଇତିହାସକୁ ମନେ ପକାଇଛନ୍ତି (President murmu in odisha)। ରାଷ୍ଟ୍ରପତି କହିଛନ୍ତି, ଦେଶର ସ୍ବାଧୀନତା ସଂଗ୍ରାମରେ ଓଡିଶାର ଭୂମିକା, ଅହିଂସାରେ ଓ ସଂସ୍କୃତିରେ ଓଡିଶାର ବଳିଷ୍ଠ ଅବଦାନ ରହିଛି । ସେହିପରି ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମଧ୍ୟ ମନେ ପକାଇଛନ୍ତି । ଓଡିଶା ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ସେତୁ ବୋଲି ଅବିହିତ କରିଛନ୍ତି ରାଷ୍ଟ୍ରପତି । ଦେଖନ୍ତୁ ଭିଡିଓ ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details