ରାଜ୍ୟ ବିଜେପିର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏଁ ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ବାନ ଦେଇଛନ୍ତି । ପ୍ରତ୍ୟେକ ଦେଶବାସୀ ଘରେ ଜାତୀୟ ପତାକା ଲଗାଇବାକୁ ଆହ୍ବାନ ଦେଇଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ରାଜ୍ୟ BJP ପକ୍ଷରୁ ୧ କିମିରୁ ଉର୍ଦ୍ଧ୍ବ ଲମ୍ବର ତ୍ରିରଙ୍ଗା ଯାତ୍ରା କରାଯାଇଛି । ଏହି ରାଲି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଲିଙ୍ଗରାଜ ମନ୍ଦିର ପରିସରରୁ ବାହାରି ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା । ଯେଉଁଥିରେ ଭୁବନେଶ୍ବରର ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।
Last Updated : Feb 3, 2023, 8:26 PM IST