ଓଡିଶା

odisha

By

Published : Jan 26, 2023, 5:59 PM IST

Updated : Feb 3, 2023, 8:39 PM IST

ETV Bharat / videos

ରାଜ୍ୟ ବିଜେପି ପାଳିଲା ଗଣତନ୍ତ୍ର ଦିବସ, ସମସ୍ତେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ସମୀରଙ୍କ ଆହ୍ୱାନ

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି ୭୪ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସମାଜର ଯିଏ ଯେଉଁଠି ଅଛି ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରୁହନ୍ତୁ। କର୍ତ୍ତବ୍ୟକୁ ପାଳନ କରନ୍ତୁ । ସମୃଦ୍ଧ ସମାଜ ହେବ ଏବଂ ଦେଶ ସମୃଦ୍ଧିଶାଳୀ ହେବ।"  

ଏହି ଦିବସ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଓଡ଼ିଶାବାସୀଙ୍କ ସେବା କରିବା, ମୌଳିକ ଅଧିକାର ପହଞ୍ଚାଇବା ଏ ସାଧାରଣତନ୍ତ୍ର ଦିବସର ସଂକଳ୍ପ ବୋଲି କହିଛନ୍ତି ସମୀର । କାର୍ଯ୍ୟକ୍ରମରେ ଦଳର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ କୋଷଧ୍ୟକ୍ଷ ସୁଦର୍ଶନ ଗୋଏଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ମହାନ୍ତି, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details