ଓଡିଶା

odisha

ଆମ୍ ଆଦମୀ ପାର୍ଟି ସାମ୍ବାଦିକ ସମ୍ମିଳନୀ

ETV Bharat / videos

ଓଡ଼ିଶାରେ ବିଧାୟକଙ୍କ ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ହେଉ: AAP

By

Published : Mar 17, 2023, 8:35 PM IST

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ପୂର୍ବରୁ ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମଙ୍କ ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବାକୁ ଦାବି କରିଛି ଆମ୍ ଆଦମୀ ପାର୍ଟି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଦଳର ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଦାବି କରିଛନ୍ତି । କେବଳ ସରକାର ନୁହେଁ, ବିରୋଧୀ ଦଳ ନେତାଙ୍କ ସମେତ ସମସ୍ତ ବିଧାୟକଙ୍କୁ ଏନେଇ ଧ୍ୟାନ ଦେବାକୁ ଅନୁରୋଧ କରିଛି ଦଳ ।

ଅନ୍ୟପଟେ ପଞ୍ଜାବ ବିଧାନସଭାରେ ଏବେ ଯେପରି ଆଇନରେ ସଂଶୋଧନ କରାଯାଇ ଜଣେ ଯେତେଥର ବିଧାୟକ ହେଲେ ମଧ୍ୟ ତାଙ୍କୁ ଥରୁଟିଏ ବିଧାୟକ ହେବାର ପେନସନ୍ ମିଳିବା ବ୍ୟବସ୍ଥା କରାଯାଇଛି, ଓଡ଼ିଶାରେ ମଧ୍ୟ ସେହି ନିୟମ ଲାଗୁ କରିବାକୁ ଆମେ ଦାବି କରିଛି ଓଡ଼ିଶା ଆମ ଆଦମୀ ପାର୍ଟି । ଏନେଇ ଦଳୀୟ ମୁଖପାତ୍ର କହିଛନ୍ତି, "ଓଡ଼ିଶାରେ ଅନେକ ବିଧାୟକ ଯେତେଥର ବିଧାୟକ ହେଉଛନ୍ତି, ସେତେଥର ପେନସନ ପାଉଛନ୍ତି । ଏହାଦ୍ବାରା ବିଧାୟକ ତ ଫାଇଦା ନେଉଛନ୍ତି, କିନ୍ତୁ ସାଧାରଣ ଓ ଅସହାୟ ଲୋକଟିର ଭତ୍ତା ପାଇଁ ଗୋଟିଏ ଥର ମଧ୍ୟ ଏହି ବିଧାୟକ ନିଜର ସ୍ବର ଉତ୍ତୋଳନ କରୁନାହାନ୍ତି । ତେଣୁ ଯିଏ ବିଧାୟକ ହେଉଛନ୍ତି, ବିଧାୟକ ଭାବେ ତାଙ୍କୁ ପେନ୍‌ସନ୍‌ ଦିଆଯାଉ । କିନ୍ତୁ ନୁହେଁ କି ଯେତେଥର ହେବେ ସେତେଥର ତାଙ୍କର ଭତ୍ତା ବଢ଼ି ଚାଲିବ ।" ସେତିକି ଟଙ୍କା ସାଧରଣ ଲୋକଙ୍କ ହିତରେ ଲାଗିଲେ ଅନେକ ଉପକୃତ ହେବେ ବୋଲି ଦଳ ମତ ରଖିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଆପ୍‌ ମୁଖପାତ୍ର ରଂଗାଚରଣ ପ୍ରଧାନଙ୍କ ସମେତ ରାଜ୍ୟ ସମ୍ପାଦକ ସୌମ୍ୟରଞ୍ଜନ ସ୍ଵାଇଁ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details