ଓଡିଶା

odisha

ETV Bharat / videos

ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଚମକିବେ ଖୋର୍ଦ୍ଧା ଝିଅ - ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଏନସିସି ବାଳିକା

By

Published : Jan 23, 2023, 9:51 PM IST

Updated : Feb 3, 2023, 8:39 PM IST

ଖୋର୍ଦ୍ଧା:ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଏନସିସି ବାଳିକା ବିଭାଗର ନେତୃତ୍ୱ ନେଉଛନ୍ତି ଓଡ଼ିଆ ଝିଅ ସୋନାଲି । ଚଳିତ ବର୍ଷ ନୂଆଦିଲ୍ଲୀ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡରେ ସର୍ବଭାରତୀୟ ଏନ୍‌ସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ବ ନେବା ପାଇଁ ସେ ଯୋଗ୍ୟା ବିବେଚିତ ହୋଇଛନ୍ତି । ୧୪୮ ଜଣିଆ ଏନ୍‌ସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାରେ ସେ ଦାୟିତ୍ବ ତୁଲାଉଛନ୍ତି। 

କର୍ତ୍ତବ୍ୟପଥରେ ବାଳିକା ଏନସିସି କଣ୍ଟିଜେଣ୍ଟର ନେତୃତ୍ୱ ନେବାର ସ୍ୱପ୍ନ ସାକାର ହୋଇଥିବାରୁ ଏହା କେବଳ ତାଙ୍କ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ ଗର୍ବର କଥା ବୋଲି ସୋନାଲି କହିଛନ୍ତି । ଅତ୍ୟନ୍ତ କଠିନ ଏବଂ କଷ୍ଟସାଧ୍ୟ ଚୟନ ପ୍ରକ୍ରିୟାରେ କର୍ତ୍ତବ୍ୟପଥ ପରେଡ଼୍ ପାଇଁ ୧୪୮ଜଣ ବାଳିକା କ୍ୟାଡ଼େଟଙ୍କୁ ଚୟନ କରାଯାଇଛି । ଏଥିରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟରୁ ସୋନାଲି ସାହୁଙ୍କ ସମେତ ୯ଜଣ ବାଳିକା ସାମିଲ ହୋଇଛନ୍ତି । ଜାନୁଆରି ୫ ତାରିଖରୁ ସୋନାଲିଙ୍କ ନେତୃତ୍ୱରେ ୧୪୮ ଜଣ ବାଳିକା କ୍ୟାଡ଼େଟ୍ କର୍ତ୍ତବ୍ୟପଥରେ ଅଭ୍ୟାସ ଜାରି ରଖିଛନ୍ତି ।  

ଖୋର୍ଦ୍ଧା ପ୍ରାଣନାଥ କଲେଜରେ ସାଇକୋଲୋଜି ଅନର୍ସରେ ଅଧ୍ୟୟନ କରୁଥିବା ଗୁରୁଜଙ୍ଗ ଗ୍ରାମର ସୋନାଲି କର୍ତ୍ତବ୍ୟପଥରେ ପାଳିକା କଂଟିଜେଂଟର ନେତୃତ୍ୱ ନେବା ତାଙ୍କର ଏକ ବିଶେଷ ଅଭିଜ୍ଞତା ବୋଲି କହିଛନ୍ତି । ଏହାର ଶ୍ରେୟ ସେ ବାପା, ମାଆ, ସାଙ୍ଗସାଥି, ପରିବାରବର୍ଗ ଓ ବିଶେଷ କରି ଶିକ୍ଷକ ଲେପ୍ଟନାଣ୍ଟ କର୍ଣ୍ଣେଲ ବିକାଶ ମଣ୍ଡଳଙ୍କୁ ଦେଇଛନ୍ତି ।


ଇଟିଭି ଭାରତ, ଖୋର୍ଦ୍ଧା 

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details