ଓଡ଼ିଆ ପୁଅ ହେଲେ ଷ୍ଟାର ଫେସ ଅଫ ଛତିଶଗଡ଼ - ଷ୍ଟାର ଫେସ ଅଫ ଛତିଶଗଡ଼
Published : Nov 27, 2023, 6:38 AM IST
ଝାରସୁଗୁଡା: ଝାରସୁଗୁଡା ପାଇଁ ଗୌରବ ଆଣିଲେ କାସୀମ ଖାନ । ଷ୍ଟାର ଫେସ୍ ଅଫ୍ ଛତିଶଗଡ଼ କାର୍ଯ୍ୟକ୍ରମର ରନର ଅପ ହୋଇ ପାରିଛନ୍ତି କାସୀମ । ଝାରସୁଗୁଡା ଖିଦମତ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ବିଜୟର ଶ୍ରେୟ ଗୁରୁ ସାହବାଜ ଖାନ ଏବଂ ଗୁରୁ ମାତା ମମତା ପାଟୱାରଙ୍କୁ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...KBC ଜୁନିୟର ହଟସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତଙ୍କ କମାଲ, ଜିତିଲେ ୨୫ ଲକ୍ଷ
ଝାରସୁଗୁଡା ମଙ୍ଗଲବଜାରର ବାସିନ୍ଦା କାସୀମ ଖାନ ଛତିଶଗଡ ରାୟପୁରରେ ଏକ "ଫ୍ୟାଶନ ସୋ"ର ରନର ଅପ୍ ହୋଇ ନିଜ ଅଞ୍ଚଳ ତଥା ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ଫ୍ୟାଶନ ସୋ'ରେ 12 ଜଣ ବାଳକ ଏବଂ 10 ଜଣ ବାଳିକା ଅଂଶଗ୍ରହଣ କରିଥିଲେ । ଯେଉଁଥିରେ କାସୀମ ଖାନ ପ୍ରଥମ ରନର ଅପ୍ ହୋଇଛନ୍ତି । ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହୋଇଥିଲା ଏହି ଫ୍ୟାଶନ ସୋ' । ତେବେ ଏହି ବିଜୟର ଶ୍ରେୟ ସେ ତାଙ୍କ ଗୁରୁ ସାହବାଜ ଖାନ ଏବଂ ଗୁରୁ ମାତା ମମତା ପାଟୱାଙ୍କରଙ୍କୁ ଦେଇଛନ୍ତି । ତେବେ ଝାରସୁଗୁଡ଼ାର ନାମକୁ ସମଗ୍ର ଭାରତରେ ପ୍ରସିଦ୍ଧ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି କାସୀମ ।
ଇଟିଭି ଭାରତ, ଝାରସୁଗୁଡା