ଓଡିଶା

odisha

ଇଣ୍ଡିଆ ବୁକ ଅଫ ରେକର୍ଡରେ ନୂଆପଡ଼ାର ଛାତ୍ର

ETV Bharat / videos

୧ ମିନିଟରେ ୧୦୭ Push-up; ଇଣ୍ଡିଆ ବୁକ ଅଫ ରେକର୍ଡରେ ନୂଆପଡ଼ାର ଛାତ୍ର

By

Published : May 24, 2023, 8:08 PM IST

ନୂଆପଡ଼ା: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ନୂଆପଡ଼ାର ଛାତ୍ର ଅଖିଳେଶ କୁମାର ଯାଦବ । ଗୋଟିଏ ମିନିଟରେ ୧୦୭ ଥର ପୁଶ ଅପ (Push-up) କରି ୧୬ ବର୍ଷୀୟ ଛାତ୍ର ଅଖିଳେଶ କୁମାର ଯାଦବ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ବିଜେତା ଥିଲେ ନେପାଳର ସୁରେଶ ଭଣ୍ଡାରୀ । ସେ ଗୋଟିଏ ମିନିଟରେ 102 ଥର ପୁଶ ଅପ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିଲେ । ଚଳିତ ଥର ଏହି ରେକର୍ଡକୁ ଭାଙ୍ଗି ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ଛାତ୍ର ଅଖିଲେଶ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଓ ମାଆ ରିତାରାଣୀ ବଗର୍ତ୍ତିଙ୍କ ପୁଅ ଅଖିଳେଶ କୁମାର ୟାଦବ । ଛୋଟବେଳୁ ବାପାମାଆଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଅଖିଳେଶ । ଯୋଗ, ବ୍ୟାୟାମ, ପ୍ରାଣାୟମ ବ୍ୟତୀତ ଦୌଡ, ସଟଫୁଟ ଖେଳ ପ୍ରତି ସେ ବେଶ ଆଗ୍ରହ ଅଟନ୍ତି । 16 ବର୍ଷୀୟ ଅଖିଳେଶ ଏବେ ଯୁକ୍ତ ଦୁଇ ଛାତ୍ର ଅଟନ୍ତି । ସେ ପୁଶ ଅପ ବ୍ୟତୀତ ସଟଫୁଟ ଖେଳରେ ରୁଚି ରଖିଛନ୍ତି । କଳାହାଣ୍ଡି ଜିଲ୍ଲାସ୍ତରୀୟ Under-18ରେ ସଟଫୁଟ ଖେଳରେ କୁମାର ଚମ୍ପିୟାନ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଆସନ୍ତା ଜୁନ ମାସରେ ରାଜ୍ୟସ୍ତରୀୟ ସଟଫୁଟ ଖେଳରେ ଯୋଗଦେବେ,ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ଆଗକୁ ପୁଶ ଅପରେ ଗିନିଜ ବୁକ ଅଫ ରେକର୍ଡ କରିବା ଲକ୍ଷ୍ୟ ରଖିଛନ୍ତି ଅଖିଲେଶ । 
 

ଇଟିଭି ଭାରତ, ନୂଆପଡ଼ା 

ABOUT THE AUTHOR

...view details