୧୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଶ୍ରମିକ ମହାସଂଘର ଦାବିପତ୍ର - ଜିଲ୍ଲାପାଳଙ୍କୁ ଶ୍ରମିକ ମହାସଂଘର ଦାବିପତ୍ର
ନୂଆପଡା:ବିଭିନ୍ନ ଦାବି ନେଇ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ବିକ୍ଷୋଭ । ଗତକାଲି(ଶୁକ୍ରବାର) ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୧୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଜିଲ୍ଲାର ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଦାଦନ ଶ୍ରମିକଙ୍କ ସୁଖମୟ ଜୀବନ ଜୀବିକାକୁ ଆଧାର କରି ଶ୍ରମିକଙ୍କ ସୁଖ ସମୃଦ୍ଧି ଉଲ୍ଲେଖ ରହିଛି । ବିକ୍ଷୋଭ ପ୍ରଦର୍ଶନବେଳେ ବିଭିନ୍ନ ଟ୍ରେଡ଼ ୟୁନିୟନ ଶ୍ରମିକ ନେତା ସର୍ବପରି ସୁଖଦେଵ ସାହୁ, ଜ୍ଞାନେଶ୍ୱର ବାଗ, ରଞ୍ଜନ ସାହୁ, ଅନିରୁଦ୍ଧ ନାଗ, ବାବୁଲାଲ ମାଝୀ, ଭକ୍ତବନ୍ଧୁ ଧାରୁଆ, ଦେଓକୁମାରି ସାହୁ, ରୁକ୍ମଣୀ ସାହୁ, ମନସାଏ, ବଳଧର, ମକରନ୍ଧ, ତ୍ରିଲୋଚନ, ବିରସିଂ, ଜଗନ୍ନାଥ ସମେତ ବହୁ ସଂଖ୍ୟକ ବରିଷ୍ଠ କନିଷ୍ଠ ଶ୍ରମିକ ନେତା ସାମିଲ ହୋଇଥିଲେ ।
ଇଟିଭି ଭାରତ, ନୂଆପଡା