ମହିମା ଆଶ୍ରମରେ ନିଆରା ନୂଆଁଖାଇ ପାଳିତ, ସାମିଲ ହେଲେ ବିଧାୟକ ସୁଶାନ୍ତ ସିଂ - ନୂଆଁଖାଇ 2023
Published : Sep 1, 2023, 9:44 AM IST
ବରଗଡ:ନୂଆଁଖାଇ ପର୍ବ ପୂର୍ବରୁ ପାଳିତ ହେଲା ମହିମା ଆଶ୍ରମରେ ନିଆରା ନୂଆଁଖାଇ । ପଶ୍ଚିମ ଓଡିଶାର ଗଣପର୍ବ କୁହାଯାଉଥିବା ନୂଆଁଖାଇ ପର୍ବ ସାରା ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଆସନ୍ତା ସେପ୍ଟେମ୍ବର 20 ତାରିଖରେ ପାଳିତ ହେବାକୁ ଥିବାବେଳେ ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଚୋଲି ଗ୍ରାମର ମହିମା ଆଶ୍ରମରେ ନବାନ୍ନ ଭକ୍ଷଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାଧାରଣତଃ ନୂଆଁଖାଇ ପର୍ବ ପଶ୍ଚିମ ଓଡିଶାର ଘରେ ଘରେ ଲଗ୍ନ ଅନୁଯାୟୀ ଏକାଠି ହୋଇ ପାଳନ କରାଯାଉଥିବାବେଳେ କେଉଁଠାରେ ଗ୍ରାମବାସୀ ସମସ୍ତେ ଭାଇଚାର ପର୍ବ ଭାବେ ପୁରା ଗ୍ରାମବସୀ ଏକ ହୋଇ ଏକାଠି ନବାନ୍ନ ଖାଇ କରି ନୂଆଁଖାଇ ପର୍ବ ପାଳନ କରିଥାନ୍ତି ।
ମାତ୍ର ମହିମା ଆଶ୍ରମର ଭିନ୍ନ ମହିମା ଭିନ୍ନ ପରମ୍ପରା ରହିଛି । ଏଠାକାର ନୂଆଁଖାଇରେ ଗ୍ରାମବାସୀଙ୍କ ସହିତ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ସାଧୁବାବାମାନେ ଏକଜୁଟ ହୋଇଥାନ୍ତି ଏବଂ ନିଆରା ପରିବେଶରେ ନବାନ୍ନ ଭକ୍ଷଣ ପୂର୍ବକ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । ବ୍ରହ୍ମାବଧୂତ ବୀରେନ୍ଦ୍ର କୁମାର ବାବା ପ୍ରଭୁ ପରଂବ୍ରହ୍ମ ପରମାତ୍ମାଙ୍କ ଠାରେ ନବାନ୍ନ ଅର୍ପଣ କରିଥିଲେ । ଏହି ନିଆରା ନୂଆଁଖାଇ ପର୍ବରେ ଓଡିଶା ତଥା ପାଖ ପଡୋଶୀ ଛତିଶଗଡ ରାଜ୍ୟର ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିରେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂହ ମଧ୍ୟ ଯୋଗ ଦେଇ ମହିମା ସାଧୁସନ୍ଥ ଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଆର୍ଶୀବାଦ ନେଇଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...Nuakhai 2023: ବଲାଙ୍ଗୀରରେ ନୂଆଁଖାଇ ସଜବାଜ, ଲଗ୍ନ ଧାର୍ଯ୍ୟ
ଇଟିଭି ଭାରତ, ବରଗଡ