ନୂଆ ଖାଇଲେ ଗଡ଼ଜାତ ବାସୀ, ଜୁହାର ଭେଟଘାଟ ସହ ନାଚଗୀତରେ ଦୁଲୁକୁଛି କଳାହାଣ୍ତି - ନୂଆଁଖାଇଲେ ଗଡ଼ଜାତ ବାସୀ
Published : Sep 24, 2023, 6:08 PM IST
ଭବାନୀପାଟଣା: ନୂଆ ଖାଇଲେ ଗଡ଼ଜାତ ବାସୀ । ନୂଆଖାଇ ପର୍ବକୁ ନେଇ କଳହାଣ୍ଡିର ଗଡଜାତ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ସବୁଠି ପଞ୍ଚମୀ ତିଥିରେ ପାଳନ ହେଉଥିବା ବେଳେ ଗଡଜାତ ଅଞ୍ଚଳରେ ପ୍ରତିପଦ ଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଚାଲିଥାଏ ନୂଆଖାଇ । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଠାରେ ଲାଗି ହୋଇଛି ନବାନ୍ନ । କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ପାଳିତ ହେଉଛି ଗଣପର୍ବ ନୂଆଖାଇ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ ଘଣ୍ଟା ୫୦ ମିନିଟରେ ବିଧି ବିଧାନ ଅନୁଯାୟୀ ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ସକାଳ ୯ ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିରରୁ ଭୋଗ ନେଇ ଘରେ ଘରେ ନିଜ ପରିବାର ଗହଣରେ ନୂଆଖାଇ ପାଳିଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ । ଖିରି ପୁରୀ ପିଠାପଣାରେ ଏବେ ମହକି ଉଠିଛି ଗାଁଠୁ ସହର । ଜୁହାର ଭେଟ ସହ ନାଚଗୀତରେ ମସଗୁଲ ହୋଇଛନ୍ତି ଗଡ଼ଜାତ ଅଞ୍ଚଳବାସୀ ।
ଏହା ମଧ୍ୟ ପଢନ୍ତୁ..ମାଆ ମାଣିକେଶ୍ୱରୀଙ୍କୁ ନବାନ୍ନ ଲାଗି
ଇଟିଭି ଭାରତ, କଳାହାଣ୍ତି